ନିଜର ଇଅର୍ ଫୋନ ଅନ୍ୟ କୁ ବ୍ୟବହାର କରିବାକୁ ଦେଲେ ହୋଇପାରେ ଏହି ସବୁ ସମସ୍ୟା

ନ୍ୟର ଇଅରଫୋନ୍ ବ୍ୟବହାର କଲେ କେଉଁ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା।

୧. ଅନ୍ୟର ଇଅର ଫୋନ୍ ବ୍ୟବହାର କରିବା ଦ୍ୱାରା ଅଧିକାଂଶ ଲୋକ ଫଙ୍ଗସ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତୁ। ୭ ପ୍ରତିଶତ ଲୋକଙ୍କ କାନରେ ଯନ୍ତ୍ରଣା ହୁଏ। ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଏହି ଇଅର ଫୋନ୍ ବ୍ୟବହାର କରୁଥିବା ଲୋକ ଏହି ସବୁ ସମସ୍ୟାର ଶିକାର ହୋଇଥାଆନ୍ତି। ଯଦି ଆପଣ କୌଣସି ଏମିତି ବ୍ୟକ୍ତିଙ୍କ ଇଅରଫୋନ୍ ବ୍ୟବହାର କରୁଛନ୍ତି  ଯିଏ କି ପୂର୍ବରୁ ସଂକ୍ରମଣର ଶିକାର ହୋଇଥିଲେ, ତା’ହେଲେ ସାବଧାନ ହୋଇଯାଆନ୍ତୁ। ଫଙ୍ଗସ୍‌ର ଜୀବାଣୁ ଇଅରଫୋନ୍‌ରେ ରହିଥାଇପାରନ୍ତି। ଯଦି ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ, ତା’ହେଲେ ଇଅରଫୋନ୍ ଦେଇ ସେମାନେ ଆପଣଙ୍କ କାନ ଭିତରେ ପଶି ଯିବେ। ଆଉ ତା’ପରେ ଆପଣଙ୍କ କାନରେ ଦେଖାଯିବ ସମସ୍ୟା।

୨. ଜ୍ୱର ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ଇଅରଫୋନ୍ କେବେ ବି ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏଭଳି ଲୋକଙ୍କ ଇଅରଫୋନ୍ ଆପଣଙ୍କ କାନକୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ଥାଏ।

ସ୍ୱାସ୍ଥ୍ୟଗତ ସମସ୍ୟାରୁ ବର୍ତିବା ପାଇଁ : ଯଦି କେତେବେଳେ ଅନ୍ୟର ଇଅରଫୋନ୍ ବ୍ୟବହାର କରିବେ, ତା’ ପୂର୍ବରୁ ତାଙ୍କୁ ସାନିଟାଇଜରରେ ସଫା କରି ଦିଅନ୍ତୁ।



Post a Comment

0 Comments