ଆସିଲା OLA ର ନୂଆ Electric Scooter ଥରେ ଚାର୍ଜ ରେ ଚାଲିବ 181 କିମି



ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି ।ଏବେ ପେଟ୍ରୋଲ ଗାଡି ଟିଏ ଚଢି ଯିବାକୁ ବାହାରିଲା ବେଳେ ପେଟ୍ରୋଲ କଥା ମୋନେପଡି ଯାଉଛି ।ପଡିବିନି ବି କେମିତି ପେଟ୍ରୋଲ ଦର 100 ପାର ଯୋଉ ହେଲାଣି ।ଏବେ ଠିକ ଅନୁଭବ ହଉଛି କି ଯେ ଗାଡି ପେଟ୍ରୋଲ ପିଉଛି ।ଆଗରୁ ପେଟ୍ରୋଲ ଦର କମ ଥିଲା ବେଳେ ଲୋକ ମାନେ ନାହିଁ ନଥିବା କାମ ରେ ଚାଲି କରି ଯାଇ ହଉଥିବା ବାଟ କୁ ମଧ୍ୟ Bike ଚଢି ଯାଉଥିଲେ ।ଏବେ ସେ ଫେସନ ଆଉ ନାହିଁ । ପେଟ୍ରୋଲ ଟାଙ୍କି ରେ ଯାଇ ପେଟ୍ରୋଲ ପକାଇଲା ବେଳେ ପେଟ୍ରୋଲ ରେଟ କୁ ଦେଖି ମନକୁ ମନ ସରକାର କୁ ଦୁଇ ପଦ ଗାଳି ବାହାରି ଆସୁଛି ।

              ଏବେ ସରକାର କୁ ଗାଳି ଦେଇ କିମ୍ବା ପ୍ରତିବାଦ କରି କିଛି ଲାଭ ନାହିଁ ପେଟ୍ରୋଲ ଦର ଟଙ୍କା ରେ ବଢିଲେ ପଇସା ରେ କମିବ ।
ତେଣୁ ଆମକୁ ବିକଳ୍ପ ବ୍ୟବସ୍ଥା ଅପଣାଇବା କୁ ପଡିବ । ସେଇ ବିକଳ୍ପ ଟି ହଉଛି Electric Bike , ଯାହା ଦ୍ୱାରା କି ଆମକୁ ନୀତିଦିନର ପେଟ୍ରୋଲ ଦର ରୂପକ ଅତ୍ୟାଚର ରୁ ମୁକ୍ତି ମିଳିଯିବା ସହିତ ପରିବେଶ ପ୍ରଦୂଷଣ ମଧ୍ୟ ହେବ ନାହିଁ । 

              Electric Bike ର demand ଏବେ ଧୀରେଧୀରେ ବଢ଼ିବାରେ ଲାଗିଛି ।ସେଦିନ ଆଉ ବେସି ଦୂର ନୁହଁ ଯୋଉଠି କି ପେଟ୍ରୋଲ ଗାଡି ର ଜାଗା କୁ ସମ୍ପୁର୍ଣ୍ଣ ରୂପରେ electric bike ନେଇ ଯିବ।


          ଭାରତୀୟ କମ୍ପାନୀ OLA ଏବେ ଏବେ launch କରିଛି ତାର 2ଟି electric scooter OLA S1 ଓ OLA S1 pro । ଏହି ଦୁଇ bike ରେ ରହିଛି ଅନେକ features , ଏହି bike କୁ ଥରେ ଚାର୍ଜ କଲେ ଆପଣ 181 କିଲୋମିଟର ରାସ୍ତା ଯାଇ ପାରିବେ ।ଆଉ ଏହା ଥରେ ପୁରା ଚାର୍ଜ କରିବାକୁ 6.30 ଘଣ୍ଟା ସମୟ ନେଇ ଥାଏ ।ଏହି bike ରେ ଆପଣ ସର୍ବାଧିକ 115 km speed ରେ ଯାଇ ପାରିବେ । 0 ରୁ 40 km/h ସ୍ପୀଡ଼ ନେବା ପାଇଁ ଏହା ମାତ୍ର 3 ସେକେଣ୍ଡ ସମୟ ନେଇ ଥାଏ ,ଏଥିରୁ ଆପଣ ଏହାର pickup ଅନୁମାନ କରି ପାରୁ ଥିବେ।

           ଏହି bike କୁ ଘରେ ଚାର୍ଜ କଲେ 6ଘଣ୍ଟା30 ମିନିଟ ସମୟ ନେଉଥିବା ବେଳେ charging station ରେ ମାତ୍ର 18 ମିନିଟ ସମୟ କରି ଯାଇ ପାରିବେ 75 କିଲୋମିଟର ।ଏହି Bike ର ରହିଛି 10 ଟି colour ର ଆକର୍ଷଣୀୟ varient,


            ଏହି bike ରେ ରହିଛି Bluetooth ଓ Wifi connectivity ଯାହାଦ୍ୱାରା କି ଏହାକୁ ଆପଣ ନିଜ ଫୋନ ସହ connect କରି ପାରିବେ ।ଏଥିରେ ରହିଛି 3GB RAM ଓ octacore processer । ଆଉ ମଧ୍ୟ ଏଥିରେ ରହିଛି google map ର ସବିଧା, ଏହି Bike ରେ ଲାଗିଥିବା ବଡ଼ touchscreen ରେ ଆପଣ google map ର ଫାଇଦା ନେଇ ପାରିବେ ।ଏଥିରେ ରହିଛି voice control ,call receiving ର ସୁବିଧା ମଧ୍ୟ ତା ସହିତ ଏଥିରେ ଲାଗିଥିବା speaker ରେ ଆପଣ music ର ମଜା ମଧ୍ୟ ନେଇ ପାରିବେ ।ଏହିପରି ଆହୁରି ଅନେକ ସୁବିଧା bike ଟିକୁ ଆକର୍ଷଣୀୟ କରିଦେଇଛି ।


            ଏବେ ସବୁଠାରୁ ମୁଖ୍ୟ ପ୍ରଶ୍ନ ଏହି bike ର ଦାମ କେତେ ? OLA S1ର PRICE ରହିଛି ₹99,999 ଟଙ୍କା ଓ OLA S1 Pro ର price ରହିଛି ₹1,29,999 ଟଙ୍କା । ଆଉ ମଧ୍ଯ ଓଡିଶା ସରକାର ଇ-ଯାନ ଆଇନ ଅନୁଯାଇ ଆପଣ 10000ଟଙ୍କା ର discount ମଧ୍ୟ ପାଇଁ ପାରିବେ ।ଏହା ଛଡା road tax ,pollution tax କି registration tax ମଧ୍ୟ ଦେବାକୁ ପଡିବନି ।


    ଏବେ ହିଁ ଯାଇ ଏହି bike କୁ ola website ରେ prebook କରନ୍ତୁ । ଏମିତି ମଜାଦାର ସୂଚନା ଓ NEWS ପାଇବା ପାଇଁ PAGE କୁ LIKE କରନ୍ତୁ।


Post a Comment

0 Comments