ଅଦା ବା ହଲଦୀ, କେଉଁଟି ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ? Ginger or Turmaric, which is best for us ?

ବହୁ ପୁରାତନ କାଳରୁ ଅଦା ଏବଂ ହଳଦୀ କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର  ଚିକିତ୍ସା ପାଇଁ ବ୍ୟବହାର  ହୋଇଆସୁଛି ।ଉଭୟ ଅଦା ଏବଂ ହଳଦୀ ଅନେକ ଆବଶ୍ୟକୀୟ ପୋଷକ ରେ ପରିପୂର୍ଣ ।ଉଭୟେ rhizome ନାମକ ଏକ ଜାତିର ଗଛର କାଣ୍ଡର ରୂପାନ୍ତରିତ ମୂଳ ।
ଚାଲନ୍ତୁ  ଦେଖିବା ହଳଦୀ ଆଉ ଅଦା ମଧ୍ୟରୁ କେଉଁଟି ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ  ଫଳପ୍ରଦ ।

ଅଦା :-
      ଅଦା ଅନେକ ଜୈବ ଯୌଗିକ ଗୁଡିକ ଦ୍ୱାରା ପରିପୂର୍ଣ ଯାହାକି ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ବହୁତ ଫଳପ୍ରଦ ।
ଅଦା ରେ gigerol ନାମକ ଏକ ଶକ୍ତିଶାଳୀ ଔଷଧୀୟ ଉପାଦାନ ଅଛି ।ତାଛଡା ଏଥିରେ ଭିଟାମିନ-ସି,ଭିଟାମିନ-B6,ମଗ୍ନେସିଅମ,କପର ମଧ୍ୟ କିଛି ପରିମାଣରେ ଉପଲବ୍ଧ ଅଛି ।

ଅଦା ବ୍ୟବହାରର ଫାଇଦା :-

   -ଅଦା ମାଂସପେଶୀର ଯନ୍ତ୍ରଣା କମାଇବା ପାଇଁ ବହୁତ ଫଳପ୍ରଦ ।
   -ଅଦା ର ବ୍ୟବହାର ହୃଦଘାତ ର ଆଶଙ୍କାକୁ କମ୍ କରିଦେଇଥାଏ ।
   -ଅଦା ପୁରାତନ ପେଟଜନିତ ସମସ୍ୟା କୁ ଦୂର କରିଥାଏ ।
   -ଏହା ପେଟରେ ଵାୟୁ କୁ ମଧ୍ଯ କମ କରିଥାଏ।
 
-ଋତୁସ୍ରାଵ ଜନିତ ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ ।
   -ଏହା ଶରୀରର  ମେଦକୁ କମ୍ କରିବାରେ ସହାୟକ ହୋଇଥାଏ ।
   -ଆଜ଼ମା ଏବଂ କେନସର ର ପ୍ରତିରଧ କରିବାରେ ଅଦା ର ଭୂମିକା ଅନେକ ।
   -sugar level କମ୍ କରିବାରେ ସହାୟକ ହୋଇଥାଏ ।
   - It is also known as to improve the brain function

ବ୍ୟବହାର -
       ଅଦା କୁ ଛୋଟ ଛୋଟ ଖଣ୍ଡରେ କାଟି ଲୁଣ ଏବଂ ଲେମ୍ବୁ ରସ ସହିତ ମିଶାଇ ଖାଇବା ପୂର୍ବରୁ ନେଲେ ତାହା ଭୋକ ବଢ଼ିଥାଏ ।
        ରୋଷେଇରେ ମଧ୍ୟ ଅଦା ଖଣ୍ଡ କୁ ବ୍ୟବହାର କରାଯାଏ ।
        ଅଦା କୁ ତୁଳସୀ ପତ୍ର ଏବଂ ମହୁ ସହିତ ସେବନ କଲେ ଥଣ୍ଡା ସର୍ଦି ରୁ ଉପସମ ମିଳିଥାଏ ।

ହଳଦୀ --
        ହଳଦୀ ଲୌହ ଏବଂ ମାଙ୍ଗାନିଜର ଏକ ଭରପୁର ଉତ୍ସ ।ତାଛଡା ଏଥିରେ ,ଭିଟାମିନ-B6,ମଗ୍ନେସିଅମ,କପର ମଧ୍ୟ କିଛି ପରିମାଣରେ ଉପଲବ୍ଧ ଅଛି ।ଏହା ମଧ୍ୟ ଶରୀରର antioxident  ର ମାତ୍ରା ବୃଦ୍ଧି କରିଥାଏ ।

ହଳଦୀ ବ୍ୟବହାରର ଫାଇଦା -:-

   -ମସ୍ତିଷ୍କ କୁ ସୁସ୍ଥ ରଖିଥାଏ ଏବଂ ମସ୍ତିଷ୍କ ଜନିତ ରୋଗର ଆଶଙ୍କା ଦୂର କରିଥାଏ ।
   -ଏହା ହୃଦରୋଗ ର ଆଶଙ୍କା ଦୂର ମଧ୍ୟ କାରିଥାଏ ।
   -ହଳଦୀ କେନସର କୁ ପ୍ରତିରଧ ଏବଂ ତାର ଚିକିତ୍ସା ମଧ୍ୟ କରିଥାଏ ।
   -ଏହାର ବ୍ୟବହାର depression ଚିନ୍ତା ରୁ ଦୂରରେ ରଖିଥାଏ ।
   -ଏହା ବାର୍ଦ୍ଧକ୍ୟ କୁ ଡେରିରେ ଆଣିଥାଏ ।
   -ହଳଦୀର ବ୍ୟବହାରରେ ରକ୍ତ ସଞ୍ଚାଳନ ସୁଚାରୁପରେ ହୋଇଥାଏ ଏବଂ ହଜମ କ୍ରିୟା କୁ ଠିକ କରିଥାଏ ।।    

       ଉଭୟ  ଅଦା ଏବଂ ହଲଦୀ ପୂର୍ବ କାଳରୁ ଆମପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ ।
        

Post a Comment

0 Comments