ଆସନ୍ତୁ ଜାଣିବା ବିଶ୍ୱପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ସମ୍ପର୍କରେ କିଛି ରହସ୍ୟମୟ ଘଟଣା ଯାହା ଆପଣ ଜାଣିନଥିବେ ,ଏସବୁର କାରଣ ଆଜିପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ପାଇପାରିନାହାନ୍ତି ।ଆସନ୍ତୁ ଜାଣିବା:-
1- ଜଗନ୍ନାଥ ମନ୍ଦିରର ନୀଳଚକ୍ର ବାନା ସଦାବେଳେ ପବନ ବହୁଥିବା ର ବିପରୀତ ଦିଗରେ ଉଡୁଥାଏ ।
2- ଜଗନ୍ନାଥ ମନ୍ଦିରର ସୁଦର୍ଶନ ଚକ୍ର ଯେଉଁ ଦିଗରୁ ଦେଖିଲେ ମଧ୍ୟ ନିଜକୁ ସାମ୍ନା କରିଥିବାର ଦେଖାଯାଏ ।
3-ସାଧାରଣତଃ ଦିନବେଳା ପବନ ସମୁଦ୍ରରୁ ସ୍ଥଳ ଭାଗ ଆଡକୁ ବହିଥାଏ ଏବଂ ରାତିରେ ତାର ବିପରୀତ , କିନ୍ତୁ ଜଗନ୍ନାଥ ମନ୍ଦିର କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ ।
4-ଏହା ଆମକୁ ଆଶ୍ଚର୍ଯ୍ୟ କରେ ଯେ ଜଗନ୍ନାଥ ମନ୍ଦିର ଉପରେ କୌଣସି ଉଡାଯାହାଜ କିମ୍ବା ପକ୍ଷୀ ମଧ୍ୟ ଉଡ଼େନାହିଁ ।ଏ ସମ୍ପର୍କରେ ଆଜିପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କାରଣ ମିଳିପାରି ନାହିଁ ।
5-ମନ୍ଦିରଟି ଏପରି ଭାବରେ ପ୍ରସ୍ତୁତକି ମୁଖ୍ୟ ମନ୍ଦିରର ଛାଇ କେବେବି କୌଣସି ଦିଗରେ ପଡିନଥାଏ ।
6-ବର୍ଷସାରା ଶ୍ରୀମନ୍ଦିରରେ ସମାନ ପରିମାଣ ର ଖାଦ୍ୟ ରନ୍ଧା ଯାଇଥାଏ ଏବଂ ଏହି ଖାଦ୍ୟ କୁ ପ୍ରସାଦ ରୂପରେ 2000 ରେ 20 ଲକ୍ଷ ପର୍ଯ୍ୟନ୍ତ ଭକ୍ତ ସେବନ କଲେ ମଧ୍ୟ କେବେ ନିଅଣ୍ଟ ଅଥବା ବଳକା ହୋଇନଥାଏ ।
7-ଜଗନ୍ନାଥ ମନ୍ଦିରର ରୋଷେଇ ଶାଳରେ ଚୂଲି ଉପରେ 7 ଟି ପାତ୍ର କୁ ଗୋଟିଏ ଉପରେ ଅନ୍ୟଟି ରଖି ଖାଦ୍ୟ ରନ୍ଧାଯାଏ ।ମାତ୍ର ଏହି ପ୍ରକ୍ରିୟାରେ ସବା ଉପର ଥିବା ପାତ୍ରର ଖାଦ୍ୟ ତଳ ପାତ୍ର ଠାରୁ ଆଗ ରନ୍ଧାହୋଇଥାଏ ।
8-ମନ୍ଦିର ନିକଟ ରେ ସମୁଦ୍ର ଅଛି ।ଆପଣ ଯେତେବେଳେ ସିଂହଦ୍ୱାର କୁ ପ୍ରବେଶ କରିବେ ସେତେବେଳେ ସମୁଦ୍ରର ଶବ୍ଦକୁ ଶୁଣିପାରିବେ ମାତ୍ର ଥରେ ମନ୍ଦିର ଭିତରକୁ ଯାଇ ପୁଣିଥରେ ସେହି ସ୍ଥାନ କୁ ଫେରିଆସିଲେ ସେ ଶବ୍ଦ ଆଉ ଶୁଣାଯିବନାହିଁ ଯେପର୍ଯ୍ୟନ୍ତ ଆପଣ ମନ୍ଦିରରୁ ସଂପୂଣ୍ଣ ବାହାରକୁ ନଯାଇଛନ୍ତି ।
ଏହିପରି ଓଡିଶା ସମ୍ପର୍କରେ ମଜାଦାର ତଥ୍ୟ ପ୍ରତିଦିନ ନିଜ FACEBOOK ରେ ପାଇବାପାଇଁ LIKE HERE କରନ୍ତୁ ।
ଜୟ ଜଗନ୍ନାଥ
0 Comments:
Post a Comment