ଅଦା ର ଔଷଧୀୟ ଗୁଣ ଜାଣନ୍ତୁ

ଏହା ପାଚକ ,ଅଗ୍ନି ବର୍ଦ୍ଧକ ,କଫ ନାଶକ, ଉଦର ମଳ ନିଷ୍କସକ ଓ କ୍ଷୁଦା କାରକ।
         
            ଅଦା ରସ କୁ ମହୁ ସହିତ ମିଶାଇ ଅଳ୍ପ ପିପିଲି ଚୁନା ଦେଇ ଛୋଟ ଓ ବଡ ପିଲାକୁ 7 ଦିନ ଚଟେଇ ଖୁଆଇଲେ କାସ ,ସର୍ଦି ମଧ୍ୟ ଭଲ ହୁଏ ।



             ଖାଇବା ପରେ ଅଦା ଲୁଣ ଚୋବାଇ ଖାଇଲେ ବିଶେଷ କ୍ଷୁଧ୍ୟା ହୁଏ ।ଖାଇବା ଜିନିଷ ସହଜରେ ହଜମ ହୁଏ ।

             ମୂର୍ଚ୍ଛା ରୋଗୀ କୁ ଅଦାରସ ରେ ଅଳ୍ପ ମଧୁ ମିଶାଇ ନାକ ଫୁଡ଼ା ରେ ତେଣ୍ଡାଇଲେ ରୋଗୀ ଶୀଘ୍ର ଉଠେ ।
               ମଥା ବୁଲାଇଲେ  ଅଦାରସ ୧ଭାଗ ,ପଟଲ ପତ୍ର ରସ ୧ ଭାଗ ,କଲରା ପତ୍ର ରସ ୧ ଭାଗ ,ଗାଈର ଘିଅ ୧ ଭାଗ ଓ ମହୁ ୧ ଭାଗ ଏକତ୍ର ନେଇ ନିଆଁ ରେ ମାଟି ପାତ୍ର ଦ୍ୱାରା ଫୁଟାଇବ । କିଛି ସମୟପରେ ନିଆଁ ରୁ ଅଲ୍ହାଇ ଥଣ୍ଡା ହେଲେ ଏହି ରସ କୁ ମୁଣ୍ଡରେ ମାଲିସ କଲେ ମଥା ଭ୍ରମ ଆଦି ଭଲ ହୁଏ । ଏହାକୁ ପଞ୍ଚ ରସ କୁହ ଯାଏ ।ଏହା ସର୍ବକ୍ଷେତ୍ରେ ପରୀକ୍ଷିତ ।

                ତରକାରୀରେ ଅଦା,ରସୁଣ, ଧନିଆ,ପିଆଜ ଆଦି ମସଲାକୁ ବାଟି ତରକାରୀ କଲେ ତରକାରୀ ସୁସ୍ୱାଦୁ ହୁଏ ।

          ଦରଜ ସ୍ଥାନ ରେ ଅଦା ରସ କୁ ମାଲିସ କଲେ ଦରଜ ଭଲ ହୁଏ ।
         ମୁଣ୍ଡ ବିନ୍ଧିଲେ ଅଦା ରସ ଡାଲଚିନି ଏକତ୍ର ବାଟି ମୁଣ୍ଡର ଦୁଇ ପାଖରେ ଅର୍ଥାତ ଆଖିପତା ଉପରେ  ଲଦିଲେ ମୁଣ୍ଡ ବିନ୍ଧା ଭଲ ହୁଏ।

             ଅଜିଣ୍ଣ ରୋଗ ନିବାରଣ ନିମିତ୍ତ ଅଦା ୧ ଭାଗ,ମରିଚ ୧ ଭାଗ ,ବେତକନ୍ଦା ୧ ଭାଗ କୁ ଏକତ୍ର କରି ବାଟି ସେ ବଟା ରେ ମିଶ୍ରି ଓ ମହୁ ମିଶାଇ ଅଧା ଚାମଚ ଗିଳି ଖାଇଲେ ଓ ତାପରେ ପାଣି ପିଇବ ।ଏହିପରି ୭ ଦିନ କୁ ସମୁଦାୟ ୧୫ ଥର ଖାଇଲେ ଅଜିଣ୍ଣ ସମ୍ପୁର୍ଣ ଭଲ ହୋଇଯିବ ।

            ଏହିଭଳି ସୁନ୍ଦର ସୁନ୍ଦର ଜିନିଷ ପ୍ରତିଦିନ ପଢିବା ପାଇଁ ଏଠାରେ LIKE କରନ୍ତୁ ।

Post a Comment

0 Comments