ଶିକ୍ଷକଙ୍କ ଦୁର୍ଦଶା, ଆଧୁନିକ ସମାଜ ଓ ଶିକ୍ଷକ; କ୍ଷୁଦ୍ରଗଳ୍ପ

####ଆଧୁନିକ ସମାଜ ଓ ଶିକ୍ଷକ###


    ସୀମା ଜଣେ ଶିକ୍ଷୟତ୍ରୀ ।
  ସ୍କୁଲ ଭିତରକୁ ତର ତର ହୋଇ ଯାଉ ଯାଉ ଝୁଣ୍ଟି ପଡ଼ିଲା ସୀମା।
ଗୋଡ଼ ର ବୁଢ଼ା ଆଙ୍ଗୁଠି ର ନଖଟା ଉପଡି ରକ୍ତ ବୋହିବାରେ ଲାଗିଛି। ଓଃ କି କଷ୍ଟ।ଆଖି ଛଳ ଛଳ ହୋଇଗଲା ତାର।
ନା ୧୦ ଟା ହେବାକୁ ଗଲାଣି। ସରକାର ଙ୍କ ନିର୍ଦେଶ ଅନୁସାରେ ୧୦ ସୁଦ୍ଧା attendance ରେ sign କରି ତାର ଫୋଟ , ସମସ୍ତ  ଷ୍ଟାଫଙ୍କ ଫୋଟ  BEO ଙ୍କ ନିକଟକୁ ପଠେଇବା ପାଇଁ କଡ଼ା ତାଗିଦ୍।ଦଉଡ଼ି ଯାଇ signature    ‌ଟା କରିଦେଲା।ଗୋଡ଼ରେ  ଔଷଧ ଲଗାଇ ପଟି ବାନ୍ଧିଲା।

ପୁଣି ପ୍ରାର୍ଥନା ରେ ଠିଆ ହେବାକୁ ପଡିବ ।ଯନ୍ତ୍ରଣା ଜର୍ଜରିତ ପାଦ ପକାଇ ଚାଲିଲା ପ୍ରାର୍ଥନା ରେ ସାମିଲ ହେବାକୁ।
ବେଳେ ବେଳେ ଭାରି ରାଗ ମାଡ଼ ତାକୁ।ସତେ ଯେମିତି ଶିକ୍ଷକ ଓ ଶିକ୍ଷୟିତ୍ରୀ ସରକାର ଙ୍କ ସାବତ ପୁଅ।ଯେତେ ସବୁ ପରୀକ୍ଷା ନିରୀକ୍ଷା ସବୁ ସେଇ ଶିକ୍ଷକ ଙ୍କ ଉପରେ।ଆଜି sensus duty,କାଲି ଆଧାର,କାହାର ପାଇଖାନା ଅଛି କି ନାହିଁ,କିଏ ଖାଲି ପାଦରେ ଆସୁଛି,କିଏ ତଳେ ବସୁଛି, କ୍ଲାସ୍ ରୁମ୍ ସଫେଇ ଠାରୁ ଆରମ୍ଭ କରି ପାଇଖାନା ସଫା ସବୁ କାମ ଶିକ୍ଷକ ଙ୍କ ର।

          ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା ହେବା ପରେ ଯେମିତି ବିଦ୍ୟାଳୟ ଟି ଏକ ମିନି ଥାନା ବନିଯାଇଛି।ସୀମା ପହଞ୍ଚୁ ପହଞ୍ଚୁ ଆରମ୍ଭ ହୋଇଗଲା ପିଲାଙ୍କ complain.ଦିଦି ସିଏ ମୋତେ ବାଦେଇଲା, ଇୟେ ମୋ ବହି ଚିରିଦେଲା,ସିଏ ମୋତେ କୁକୁର ମାଙ୍କଡ କହିଲା,ନା ଏ ଅଭିଯୋଗ ର ଯେମିତି ଶେଷ ନାହିଁ। ତା ମୁଣ୍ଡ ଭିତର ଟାା କଣ ହୋଇଯାଉଥାଏ। ପାଦର୍ ଯନ୍ତ୍ରଣା ଠାରୁ  ବେଶୀ କଷ୍ଟ ଦାୟକ୍ ଥିଲା  ମାନସିକ ଯନ୍ତ୍ରଣା।  ତାକୁ ମନେ ହେଉଥିଲା ଶିକ୍ଷକ ମାନେ ଯେମିତି ମଣିଷ ନୁହଁନ୍ତି ଗୋଟିଏ ଗୋଟିଏ machine.
ପାଠ ବହି ରେ ପଢା କମ୍ ଥିଲା ଯେ ପୁଣି ଉଜ୍ଜ୍ୱଳ, ଉତ୍ଥାନ,ଉତ୍କର୍ଷ।ପିଲା୍ ଓ ଶିକ୍ଷକ ମା୍ନଙ୍କ ଉପରେ ରୀତିମତ ଯେମିତି ଗବେଷଣା ଚାଲିଛି।
କୌଣସି ପିଲାଙ୍କୁ homework ଦିଆ ଯାଇପାରିବ ନାହିଁ। କାରଣ କୋମଳ ମୋତି ଶିଶୁଙ୍କ ଉପରେ ଚାପ ପଡିବା।ଯଦି କୌଣସି ପିଲା ପାଠ କରିନି ତାକୁ ପିଟିଲେ ଶିକ୍ଷକ ଙ୍କୁ ଦଣ୍ଡ ମିଳୁଛି।ଯଦି ପରୀକ୍ଷା ରେ ଖରାପ୍ ରେଜଲ୍ଟ ହେଲା ତୋ କାରଣ ଦର୍ଶାଅ ନୋଟିସ୍। ଦରମା ବନ୍ଦ।
କଣ କରିବ ବିଚରା ଶିକ୍ଷକ ସମାଜ।ଏଣୁ ମାଇଲେ ବ୍ରହ୍ମ ହତ୍ୟା।ତେଣୁ ମାଇଲେ ଗୋ ହତ୍ୟା।ଖାଲି ଏତିକି ରେ ସରିନି ଦୁଃଖ। ମଧ୍ୟାହ୍ନ ଭୋଜନ,ପୋଷାକ,ଗୃହ ନିର୍ମାଣ, ଵୁଟ୍ ବଣ୍ଟନ ଆଦି ସମସ୍ତ କାମ।ଝାଡୁ ମରିବା ଠାରୁ ଆରମ୍ଭ କରି contractorINGଯାଏଁ ସବୁ କାମ  ଶିକ୍ଷକ ଙ୍କ ର।  

            ସ୍କୁଲ ତ ଏକ ସ୍କୁଲ ନୁହଁ ଏକ ଛୋଟ ଡାକ୍ତର ଖା ନା   ।ମୁଣ୍ଡ ଫାଟି ବା,ଆଣ୍ଠୁ ଓ କହୁଣୀ ଖଣ୍ଡିଆ ହେବା, ହାତ ଗୋଡ ଭାଙ୍ଗିବା ଓ କାହାକୁ first aid treatment କରି  ଛାଡିବା,ଓ କାହାକୁ ମେଡିକାଲ୍ ଯାଏ ନେଇକି ଯିବା  ସବୁ କାମ ଯନ୍ତ୍ରବତ୍ କରିଯାନ୍ତି।
କୃମି ଔଷଧ,ରକ୍ତ ହୀନତା ପାଇଁ iron tablet   ବଣ୍ଟନ, ସାନିଟାରୀ ନାପକିନ ବଣ୍ଟନ ଆଦି ସମସ୍ତ ଦାୟିତ୍ବ ଶିକ୍ଷକ ଙ୍କ ର।
ଶିକ୍ଷକ ଜଣେ ଜଣେ ଆଲ୍ ରାଉଣ୍ଡ୍ ର ଭଳି ସମସ୍ତ କର୍ତ୍ତବ୍ୟ କଲେ ମଧ୍ୟ ପ୍ରଶଂସା ପାଇବା ତୋ ଦୂରରେ ଥାଉ,ଆହୁରି ସୋମଲୋଚନା ର ପାତ୍ର।
କଣ ନା ସ୍କୁଲ କୁ ଯାଇ ବସିଲେ ତୁମକୁ ଦରମା ମାସକୁ ମାସ। ବର୍ଷକୁ ୩ ମାସ ଛୁଟି।ଛୁଟି ର ବି ଦରମା । ଦରମା କଥା ତ ନକହିଲେ ଭଲ।ଜଣେ ମୂଳ ଲାଗୁଥିବା ମୂଲିଆ ଠାରୁ କମ୍ ଆମ ଦରମା।ସେଇଟା ମଧ୍ୟ କଉ ଦୁଇ ତିନି ମାସରେ ଥରେ ମିଳେ। ଓଃ ଆଗକୁ ଆଉ କିଛି କଥା ଭାବିପାରୁନଥିି ଲା ସୀମା।



ଅଧେ ଦିନ ସମୟ ଯାଏ ଟ୍ରେନିଂ ରେ। ତାପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ସ୍କୁଲ ଛୁଟି (କେବଳ ପିଲାଙ୍କ ପାଇଁ),ତାପରେ ଉଜ୍ଜ୍ୱଳ ଉତ୍ଥାନ,ଏମିତି ରେ ପ୍ରାୟ ଅଗଷ୍ଟ ମାସ ଅଧା ଯାଏ କୋର୍ସ ପଢା ହୋଇପାରିନି। କିନ୍ତୁ ବର୍ଷ ଶେଷ ବେଳକୁ  ସବୁ କୋର୍ସ ସାରିବାକୁ ହେବ।                
ଶିକ୍ଷାର୍ଥୀ ମାନେ ସବୁ ଶିକ୍ଷଣ ସ୍ତର ହାସଲ କରିପାରୁଥିବେ। ଯେମିତି ଶିକ୍ଷକ ଶିକ୍ଷୟତ୍ରୀ ବାଟି କି ପିଅା ଇ ଦେବେ ପିଲାଙ୍କୁ ସମସ୍ତ ପାଠ।
                 ଯଦି କୌଣସି ଦିନ କୌଣସି 
ପିଲା ଝୁଣ୍ଟି କି ପଡ଼ିଗଲା,ପିଲା ବୋମା ନେଇକି ସ୍କୁଲ କୁ ଆସିଲା,ପିଲା ଝଗଡ଼ା କରି ମୁଣ୍ଡ ଫାଟିଲା ସବୁ ଥିରେ ଶିକ୍ଷକ ଦାୟୀ।
ସୀମା ଭାବି ଚାଲିଥିଲା କାହିଁକି  ଆଜି ଏ ଅଧୋଗତି।ଏଇଥିପାଇଁ ଦାୟୀ କିଏ?ପାଠ ର ଗୁଣବତ୍ତା ମାନ ହ୍ରାସ ପାଇବା ର ମୂଳ କାରଣ କେଉଁଠି?
      
   କେତେ ଭଲ ଥିଲା ସେତେବେଳର ଶିକ୍ଷାଦାନ ପଦ୍ଧତି। ଶିକ୍ଷକ ଓ ଛାତ୍ର ଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଥିଲା।ଶିକ୍ଷକ ଙ୍କୁ ସମ୍ମାନ ଦେଉଥିଲେ।ଓ ଭୟ ମଧ୍ୟ ଥିଲା।କିନ୍ତୁ ଆଜି କାଲି ପିଲାଙ୍କୁ ଡରୁୁଛି ଶିକ୍ଷକ।ଭୁଲ୍ ଥାଉ ନ ଥାଉ ଦୋଷୀ ସାବ୍ୟସ୍ତ କରିବାକୁ ସମସ୍ତେ ଯେମିତି ତତ୍ପର।
   
      ସେତେବେଳେ ଦଣ୍ଡ ଥିଲା।ଦଣ୍ଡ ଭୟ ରେ ପିଲା ପଢୁଥିଲେ, ପରୀକ୍ଷା ରେ ଫୈଲ୍ ଥିଲା। କାଳେ fail ହୋଇଯିବି  ସେ ଡର ରେ ପଢୁଥିଲେ। କିନ୍ତୁ ଏବେ ତୋ ଆଉ ଫେଲ୍ ନାହିଁ।ଚୌକି table ସବୁ ପାସ୍।

ସୀମା ଭାବୁଥିଲା ସେତେବେଳେ ଶିକ୍ଷକ ଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ଦିଆଯାଉଥିଲା।ସମସ୍ତେ ଗୁରୁଙ୍କୁ ଭକ୍ତି କରୁଥିଲେ ।ଗୁରୁ ଆଉ ଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା।

କିନ୍ତୁ ଏବେ ସମୟ ବଦଳିବା ସହ ଗୁରୁ ଓ ଛାତ୍ର ର ସମ୍ପର୍କ ବଦଳି ଯାଇଛି।ଭୁଲ୍ ଥାଉ କି ନ ଥାଉ ସାଧାରଣ ଜନତା ଠାରୁ ଆରମ୍ଭ କରି ପ୍ରଶାସନ ଯାୟେଁ ସବୁଠି ଶିକ୍ଷକ ଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଲାଗିଛନ୍ତି। ମାର ମାର ଭଣ୍ଡାରି କୁ ମାର ନ୍ୟାୟ ରେ ସମସ୍ତେ ପରିଚାଳିତ।
ଯେଉଁଠି ଗୁରୁଙ୍କୁ ଆଦର ନାହିଁ ସେଇଠି ଶିକ୍ଷାର ମାନ ଆଶା କରିବା  ହାସ୍ୟାସ୍ପଦ କଥା।


ହଠାତ୍ ଘଣ୍ଟା ଛୁଟି ବେଲ୍ ର ଶବ୍ଦ ରେ   ସୀମା ର ଭାବନା ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।
ନା ପାଦ ର ଯନ୍ତ୍ରଣା ବଢ଼ି ଚାଲିଛି,ସ୍କୁଲ ଛୁଟି ପରେ ଯେମିତି ହେଉ ମେଡିକାଲ୍ ଯାଇ ତାକୁ ଇଞ୍ଜେକସନ ନେବାକୁ ପଡ଼ିବ।ନହେଲେ କାଲି ଏହି ଥାନା ଓ ଡକ୍ଟର ଖା ନା ର ଦାୟିତ୍ବ କିଏ ମୁଣ୍ଡେଇବା।
ସୀମା  ମନେ ମନେ ଚିନ୍ତା କରୁଥିଲା କେବେ ଆସିବ ସେହି ସୁଦିନ ଯେଉଁଦିନ  ସମସ୍ତେ ଗୁରୁ ଙ୍କୁ  ପୂର୍ବ  ଭଳି ସମ୍ମାନ ଦେବେ। ସମସ୍ତେ ଏହି ଦ୍ଵିତୀୟ ଈଶ୍ୱରଙ୍କୁ ଚିହ୍ନି ପାରିବେ।



ଏମିତି ସବୁ ଲେଖା ପ୍ରତିଦିନ ପଢିବା ପାଇଁ LIKE କରନ୍ତୁ।

Post a Comment

0 Comments