ଡେଙ୍ଗୁର ଚିକିତ୍ସା କ୍ଷେତ୍ରରେ ଅମୃତଭଣ୍ଡା ର ଭୂମିକା (Role of papaya to treatment dangue)

ଅମୃତଭଣ୍ଡାକୁ ଏକ ସ୍ୱାସ୍ଥପ୍ରଦ ଫଳ ରୂପେ ବିବେଚନା କରାଯାଏ ତା ଛଡା ଏହା ଅନେକ ରୋଗର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ ।ଅମୃତଭଣ୍ଡା ଗଛର କେବଳ ଫଳ ନୁହଁ ବରଂ ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ଅଛି। ଏହାର ପତ୍ର ଗୁଡିକ ରକ୍ତ ର ପ୍ଲେଟଲେଟ ସଂଖା ବୃଦ୍ଧି ଏବଂ anti-malarial ଗୁଣ ପାଇଁ ଜଣାଶୁଣା ।ଏହା  ସାଧାରଣତଃ ଡେଙ୍ଗୁ ଜ୍ଵର ପାଇଁ ଏକ ଘରେଇ ଉପଚାର ବହୁଳ ଭାବରେ ବ୍ୟବହାର କରାଯାଏ ।

ଅମୃତଭଣ୍ଡା ରେ ଥିବା ପ୍ରାକୃତିକ ଯୌଗିକ ଗୁଡିକ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।ଏହାଛଡା ଏଥିରେ ଥିବା papain  ପେଟ ସମ୍ୱନ୍ଧୀୟ ପୀଡା ଗୁଡିକ ଠିକ କରିବାରେ ସହାୟକ ହୋଇଥାଏ ଯାହା ହଜମ କ୍ରିୟା କୁ ଠିକ କରିଥାଏ ।

ପପୟା ପତ୍ର ସାଧାରଣତଃ ଡେଙ୍ଗୁ ରୋଗୀର ରକ୍ତ ରେ ଥିବା ପ୍ଲେଟଲେଟ ସଂଖା ବୃଦ୍ଧି କରିଥାଏ । 400 ଜଣ ଡେଙ୍ଗୁ ରୋଗୀଙ୍କ ସର୍ବେକ୍ଷଣ ରୁ ଏହା ଦେଖାଯାଇଛି କି  ଯେଉଁ ରୋଗୀ ମାନଙ୍କୁ ପପୟା  ପତ୍ର ରସ କୁ ଟାବଲେଟ ମାଧ୍ୟମରେ ଦିଆଯାଇଛି ସେମାନଂକୁ ଶୀଘ୍ର ଉପସମ ମିଳିଛି ଏବଂ ସେମାନଙ୍କ blood transfusion ର ଆବଶ୍ୟକତା ପଡ଼ିନାହିଁ  ବିନା କିଛି ପାଶ୍ୱ ପ୍ରତିକ୍ରିୟରେ ।

ଡେଙ୍ଗୁ ଏଡିସ ମଶା କାମୁଡିବା ଦ୍ୱାରା ହୋଇଥାଏ ।ଡେଙ୍ଗୁ ଜ୍ୱର ହେଲେ ରୋଗୀ ଶରୀରର ତାପମାତ୍ରା ବହୁତ ମାତ୍ରା ରେ ବଢି ଯାଇଥାଏ,ଚର୍ମରେ ନାଲି ଦାଗ ଏବଂ ରକ୍ତ କଣିକା ସଂଖା ହ୍ରାସ ପାଇଥାଏ। ତେଣୁ ଡାକ୍ତର ରୋଗୀକୁ ପପୟା ପତ୍ର ରସ ର ଜୁସ ପିଇ ବାକୁ ପରାମର୍ଶ ଦେଇଥାନ୍ତି।

ବ୍ୟବହାର-
           କିଛି ମଧ୍ୟମ ଆକାର ପପୟା ପତ୍ର ଆଣି ତାକୁ ଧୋଇ ଦେଇ ଛୋଟ ଛୋଟ ଖଣ୍ଡ କରିଦେବା ।ସେଗୁଡିକ ଏକ ପାତ୍ରରେ 5ଲିଟର ଜଳ ସହିତ ନେଇ ତାକୁ ନ ଘୋଡାଇ ଗରମ କରିବା ।ଯେତେବେଳେ ପାତ୍ର ର ଜଳ ଅଧା ହୋଇଯିବ ତାକୁ କାଢିଆଣିବା ଓ ରୋଗୀକୁ ପିଇ ବାକୁ ଦେବା।

Post a Comment

0 Comments