ଘରେ ବସି online ରେ ବିଦ୍ୟୁତ ବିଲ ଭରନ୍ତୁ। Pay electricity bill online from your home

ଆମ ଦୈନଦିନ ଜୀବନରେ ଏବେ ବିଦ୍ୟୁତ ଏକ  ଅତିଶୟ ଦରକାରୀ ଆବଶ୍ୟକତା ରେ ପରିଣତ ହୋଇଯାଇଛି ।ମୋଟାମୋଟି ଭାବରେ ଏହା ଆମର ଏକ ଅତିରିକ୍ତ ମୌଳିକ ଆବଶ୍ୟକତା ପାଲଟି ଯାଇଛି ।ବିଦ୍ୟୁତକୁ ଛାଡ଼ି ଗୋଟେ ଦିନ କଣ ଗୋଟେ ଘଣ୍ଟା କଟାଇବା ଏବେ ବହୁତ କଷ୍ଟ ସାଧ୍ୟ ବ୍ୟାପାର ହୋଇଯାଇଛି ।

ମଣିଷ ତାର ନୀତିଦିନ ବ୍ୟବହାର କରୁଥିବା ସାମଗ୍ରୀ ଗୁଡିକ ମଧ୍ୟରୁ ୬୦% ସାମଗ୍ରୀ ବିଦ୍ୟୁତ ଚାଳିତ ।ଟିଭି,ଫ୍ରୀଜ଼,ୱାଶିଂ ମେସିନ ,ଫୋନ, ପଙ୍ଖା ଆଦି ଅନେକ ଜିନିଷ ବିନା ଗୋଟେ ମୁହୂର୍ତ୍ତ କଟେଇବା ଏବେ ପ୍ରାୟତଃ ଅସମ୍ଭବ ।

ଆମେ ସମସ୍ତେ ଜାଣୁ ବିଦ୍ୟୁତ ବ୍ୟବହାର ପାଇଁ ଆମକୁ କିଛି ବିଦୂତ ଶୁଳ୍କ ଦେବାକୁ ପଡିଥାଏ ।ଆମ ଓଡିଶାରେ ବିଦ୍ୟୁତ ବିଭାଗ କୁ ତଦାରଖ କରୁଥିବା ସଂସ୍ଥାର ନାମ ହେଲା NESCO । ମାସ ଶେଷକୁ ବିଦ୍ୟୁତ ବିଲ ଆସିଲା ମାତ୍ରେ ବିଦ୍ୟୁତ ବିଲ ଦେବାପାଇଁ ଅଫିସ ରେ ଏବଂ ଦୋକାନରେ ଲମ୍ବା ଲାଇନ ଲାଗିଥାଏ ।ଅପଣମଧ୍ୟ କେବେ କେବେ ଏହି ଲମ୍ବା ଲାଇନରେ ଛିଡା ହୋଇ ବିଲ ପଇଠ କରିଥିବେ ।

ତେବେ ଆପଣ ଜାଣି ଖୁସି ହେବେଯେ ଆପଣ ଚାହିଁଲେ ଘରେ ବସି ଅତି ସହଜ ରେ ଏହି ବିଲ କୁ ଭରି ପାରିବେ ।
ପ୍ରଧାନମନ୍ତ୍ରୀଙ୍କର cashless ଯୋଜନା ଆଧାର ରେ ଆପଣ online ରେ ଘରେ ବସି ବିଲ ପଇଠ କରିପାରିବେ ।ଆସନ୍ତୁ ଜାଣିବା କିପରି କରିବେ ।
STEP 1- ପ୍ରଥମେ ଆପଣ www.odishadiscoms.com/ ରେ login କରନ୍ତୁ ।

STEP 2- ତାପରେ  bill online  ନାମକ option ରେ click କରନ୍ତୁ।

STEP 3- ତାପରେ  ସେହି ପେଜ ରେ ନିଜର custemer no. ଆଉ ନାମ କୁ enter କରି view/pay bill ରେ click କରନ୍ତୁ ।

STEP 4- ପର page ରେ ଆପଣଙ୍କ bill detail ବାହାରିବ , ସେଠାରେ ନିଜର payment କୁ credit/debit କାର୍ଡ detail ଦେଇ ଆବଶ୍ୟକ bill ପଇଠ କରିପାରିବେ ।

       ଏସବୁ ଛଡା paytm, freecharge ଆଦି mobile app କୁ ବ୍ୟବହାର କରିମଧ୍ୟ ବିଲ ପଇଠ କରିହେବ ।

Post a Comment

0 Comments