This is default featured slide 1 title

Go to Blogger edit html and find these sentences.Now replace these sentences with your own descriptions.This theme is Bloggerized by Lasantha Bandara - Premiumbloggertemplates.com.

This is default featured slide 2 title

Go to Blogger edit html and find these sentences.Now replace these sentences with your own descriptions.This theme is Bloggerized by Lasantha Bandara - Premiumbloggertemplates.com.

This is default featured slide 3 title

Go to Blogger edit html and find these sentences.Now replace these sentences with your own descriptions.This theme is Bloggerized by Lasantha Bandara - Premiumbloggertemplates.com.

This is default featured slide 4 title

Go to Blogger edit html and find these sentences.Now replace these sentences with your own descriptions.This theme is Bloggerized by Lasantha Bandara - Premiumbloggertemplates.com.

This is default featured slide 5 title

Go to Blogger edit html and find these sentences.Now replace these sentences with your own descriptions.This theme is Bloggerized by Lasantha Bandara - Premiumbloggertemplates.com.

ଦିଲ୍ଲୀ ବିଧାନସଭା ଭିତରେ ମିଳିଲା ବ୍ରିଟିଶ ସମୟର ଗୁପ୍ତ ଟନେଲ୍ | ଫିଟିଲା ଗୁମର

ଚାନ୍ଦନୀ ଚକ୍ ଥିବା ଲାଲ କିଲ୍ଲା କୁ ସଂଯୋଗ କରୁଥିବା ଏକ ଗୁପ୍ତ ଟନେଲ୍ ବା ସୁଡଙ୍ଗ ରାସ୍ତା ଗୁରୁବାର ଦିନ ସିଭିଲ୍ ଲାଇନ୍ସର ଦିଲ୍ଲୀ ବିଧାନସଭାର ଏକ କୋଠରୀ ଭିତରୁ ଖୋଳା ଯାଇଛି। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ କହିଛନ୍ତି ଯେ ଏହି ସୁଡଙ୍ଗ ବିଧାନସଭାକୁ ଲାଲକିଲ୍ଲା ସହିତ ଯୋଡିଥାଏ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଦାଲତ କୁ ଆଣିବା ସମୟରେ ବ୍ରିଟିଶମାନେ ଲୋକଙ୍କ ବିରୋଧ ରୁ ବଂଚିବା ପାଇଁ ଏହି ସୁଡଙ୍ଗ କୁ ବ୍ୟବହାର କରୁଥିଲେ।

ଦିଲ୍ଲୀ ବିଧାନସଭା ବାଚସ୍ପତି କହିଛନ୍ତି। “ଯେତେବେଳେ ମୁଁ 1993 ରେ ଜଣେ ବିଧାୟକ ହୋଇଥିଲି, ଏଠାରେ ଏକ ଟନେଲ୍ ବିଷୟରେ ଶୁଣିବାକୁ ମିଳିଥିଲା ​​ଯାହା ରେଡ୍ ଫୋର୍ଟ ପର୍ଯ୍ୟନ୍ତ ଯାଏ ଏବଂ ମୁଁ ଏହାର ଇତିହାସ ଖୋଜିବାକୁ ଚେଷ୍ଟା କଲି | କିନ୍ତୁ ଏଥିରେ କିଛି ସେପରି ସ୍ପଷ୍ଟୀକରଣ ପାଇ ନଥିଲି ବୋଲି କହି ଛନ୍ତି।

ଗୋଏଲ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଟନେଲର ମୁଖ ପାଇଛୁ କିନ୍ତୁ ମେଟ୍ରୋ ପ୍ରକଳ୍ପ ଏବଂ Drain ସ୍ଥାପନ ହେତୁ ଟନେଲର ସମସ୍ତ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଆମେ ଏହାକୁ ଖୋଳୁ ନାହୁଁ।

ଟନେଲର ଉଦ୍ଦେଶ୍ୟ କ’ଣ ଥିଲା?

ସେ ଆହୁରି ମଧ୍ୟ କହିଛନ୍ତି ଯେ 1912 ମସିହାରେ କୋଲକାତା ଠାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ କେନ୍ଦ୍ରୀୟ ବିଧାନସଭା ଭାବରେ ବ୍ୟବହୃତ ହେଉଥିବା ଦିଲ୍ଲୀ ବିଧାନସଭା 1926 ମସିହାରେ ଏକ କୋର୍ଟରେ ପରିଣତ ହୋଇଥିଲା ଏବଂ ବ୍ରିଟିଶମାନେ ଏହି ଟନେଲ ବ୍ୟବହାର କରି ସ୍ୱାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣିଥିଲେ।

ଦିଲ୍ଲୀ ବିଧାନସଭା ଏବଂ ରେଡ୍ ଦୁର୍ଗ ମଧ୍ୟରେ ଦୂରତା ପ୍ରାୟ 5.6 କିଲୋମିଟର |

ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ “ଆମେ ସମସ୍ତେ ଏଠାରେ ଏକ ଫାଶୀ କୋଠରୀର ଉପସ୍ଥିତି ବିଷୟରେ ଜାଣିଥିଲୁ କିନ୍ତୁ ଏହାକୁ କେବେ ଖୋଲି ନଥିଲୁ | ବର୍ତ୍ତମାନ ଏହା ସ୍ୱାଧୀନତାର 75 ତମ ବର୍ଷ ଥିଲା ଏବଂ ମୁଁ ସେହି କୋଠରୀକୁ ଯାଇ ଶ୍ରଦ୍ଧାଞ୍ଜଳି  ଦେବାକୁ ସ୍ଥିର କରିଥିଲି ।ଆମେ ସେହି କୋଠରୀକୁ ସ୍ୱାଧୀନତା ସଂଗ୍ରାମୀଙ୍କ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବାକୁ ଇଚ୍ଛା କରୁଛୁ ବୋଲି ସେ କହିଛନ୍ତି।

ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସ୍ୱାଧୀନତା ସହ ଜଡିତ ଦିଲ୍ଲୀ ବିଧାନସଭାର ଇତିହାସକୁ ଦୃଷ୍ଟିରେ ରଖି ସେ ଆଗାମୀ ସ୍ୱାଧୀନତା ଦିବସ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଫାଟକ ଖୋଲିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି।



              ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଏହି ସ୍ଥାନର ବହୁତ ସମୃଦ୍ଧ ଇତିହାସ ରହିଛି। ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ଆମର ଇତିହାସର ପ୍ରତିଫଳନ ପାଇପାରିବେ ବୋଲି ଆମେ ଏହାକୁ ନବୀକରଣ କରିବାକୁ ଇଚ୍ଛା କରୁଛୁ ବୋଲି ସେ କହିଛନ୍ତି।

            

ଆସିଲା OLA ର ନୂଆ Electric Scooter ଥରେ ଚାର୍ଜ ରେ ଚାଲିବ 181 କିମି



ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି ।ଏବେ ପେଟ୍ରୋଲ ଗାଡି ଟିଏ ଚଢି ଯିବାକୁ ବାହାରିଲା ବେଳେ ପେଟ୍ରୋଲ କଥା ମୋନେପଡି ଯାଉଛି ।ପଡିବିନି ବି କେମିତି ପେଟ୍ରୋଲ ଦର 100 ପାର ଯୋଉ ହେଲାଣି ।ଏବେ ଠିକ ଅନୁଭବ ହଉଛି କି ଯେ ଗାଡି ପେଟ୍ରୋଲ ପିଉଛି ।ଆଗରୁ ପେଟ୍ରୋଲ ଦର କମ ଥିଲା ବେଳେ ଲୋକ ମାନେ ନାହିଁ ନଥିବା କାମ ରେ ଚାଲି କରି ଯାଇ ହଉଥିବା ବାଟ କୁ ମଧ୍ୟ Bike ଚଢି ଯାଉଥିଲେ ।ଏବେ ସେ ଫେସନ ଆଉ ନାହିଁ । ପେଟ୍ରୋଲ ଟାଙ୍କି ରେ ଯାଇ ପେଟ୍ରୋଲ ପକାଇଲା ବେଳେ ପେଟ୍ରୋଲ ରେଟ କୁ ଦେଖି ମନକୁ ମନ ସରକାର କୁ ଦୁଇ ପଦ ଗାଳି ବାହାରି ଆସୁଛି ।

              ଏବେ ସରକାର କୁ ଗାଳି ଦେଇ କିମ୍ବା ପ୍ରତିବାଦ କରି କିଛି ଲାଭ ନାହିଁ ପେଟ୍ରୋଲ ଦର ଟଙ୍କା ରେ ବଢିଲେ ପଇସା ରେ କମିବ ।
ତେଣୁ ଆମକୁ ବିକଳ୍ପ ବ୍ୟବସ୍ଥା ଅପଣାଇବା କୁ ପଡିବ । ସେଇ ବିକଳ୍ପ ଟି ହଉଛି Electric Bike , ଯାହା ଦ୍ୱାରା କି ଆମକୁ ନୀତିଦିନର ପେଟ୍ରୋଲ ଦର ରୂପକ ଅତ୍ୟାଚର ରୁ ମୁକ୍ତି ମିଳିଯିବା ସହିତ ପରିବେଶ ପ୍ରଦୂଷଣ ମଧ୍ୟ ହେବ ନାହିଁ । 

              Electric Bike ର demand ଏବେ ଧୀରେଧୀରେ ବଢ଼ିବାରେ ଲାଗିଛି ।ସେଦିନ ଆଉ ବେସି ଦୂର ନୁହଁ ଯୋଉଠି କି ପେଟ୍ରୋଲ ଗାଡି ର ଜାଗା କୁ ସମ୍ପୁର୍ଣ୍ଣ ରୂପରେ electric bike ନେଇ ଯିବ।


          ଭାରତୀୟ କମ୍ପାନୀ OLA ଏବେ ଏବେ launch କରିଛି ତାର 2ଟି electric scooter OLA S1 ଓ OLA S1 pro । ଏହି ଦୁଇ bike ରେ ରହିଛି ଅନେକ features , ଏହି bike କୁ ଥରେ ଚାର୍ଜ କଲେ ଆପଣ 181 କିଲୋମିଟର ରାସ୍ତା ଯାଇ ପାରିବେ ।ଆଉ ଏହା ଥରେ ପୁରା ଚାର୍ଜ କରିବାକୁ 6.30 ଘଣ୍ଟା ସମୟ ନେଇ ଥାଏ ।ଏହି bike ରେ ଆପଣ ସର୍ବାଧିକ 115 km speed ରେ ଯାଇ ପାରିବେ । 0 ରୁ 40 km/h ସ୍ପୀଡ଼ ନେବା ପାଇଁ ଏହା ମାତ୍ର 3 ସେକେଣ୍ଡ ସମୟ ନେଇ ଥାଏ ,ଏଥିରୁ ଆପଣ ଏହାର pickup ଅନୁମାନ କରି ପାରୁ ଥିବେ।

           ଏହି bike କୁ ଘରେ ଚାର୍ଜ କଲେ 6ଘଣ୍ଟା30 ମିନିଟ ସମୟ ନେଉଥିବା ବେଳେ charging station ରେ ମାତ୍ର 18 ମିନିଟ ସମୟ କରି ଯାଇ ପାରିବେ 75 କିଲୋମିଟର ।ଏହି Bike ର ରହିଛି 10 ଟି colour ର ଆକର୍ଷଣୀୟ varient,


            ଏହି bike ରେ ରହିଛି Bluetooth ଓ Wifi connectivity ଯାହାଦ୍ୱାରା କି ଏହାକୁ ଆପଣ ନିଜ ଫୋନ ସହ connect କରି ପାରିବେ ।ଏଥିରେ ରହିଛି 3GB RAM ଓ octacore processer । ଆଉ ମଧ୍ୟ ଏଥିରେ ରହିଛି google map ର ସବିଧା, ଏହି Bike ରେ ଲାଗିଥିବା ବଡ଼ touchscreen ରେ ଆପଣ google map ର ଫାଇଦା ନେଇ ପାରିବେ ।ଏଥିରେ ରହିଛି voice control ,call receiving ର ସୁବିଧା ମଧ୍ୟ ତା ସହିତ ଏଥିରେ ଲାଗିଥିବା speaker ରେ ଆପଣ music ର ମଜା ମଧ୍ୟ ନେଇ ପାରିବେ ।ଏହିପରି ଆହୁରି ଅନେକ ସୁବିଧା bike ଟିକୁ ଆକର୍ଷଣୀୟ କରିଦେଇଛି ।


            ଏବେ ସବୁଠାରୁ ମୁଖ୍ୟ ପ୍ରଶ୍ନ ଏହି bike ର ଦାମ କେତେ ? OLA S1ର PRICE ରହିଛି ₹99,999 ଟଙ୍କା ଓ OLA S1 Pro ର price ରହିଛି ₹1,29,999 ଟଙ୍କା । ଆଉ ମଧ୍ଯ ଓଡିଶା ସରକାର ଇ-ଯାନ ଆଇନ ଅନୁଯାଇ ଆପଣ 10000ଟଙ୍କା ର discount ମଧ୍ୟ ପାଇଁ ପାରିବେ ।ଏହା ଛଡା road tax ,pollution tax କି registration tax ମଧ୍ୟ ଦେବାକୁ ପଡିବନି ।


    ଏବେ ହିଁ ଯାଇ ଏହି bike କୁ ola website ରେ prebook କରନ୍ତୁ । ଏମିତି ମଜାଦାର ସୂଚନା ଓ NEWS ପାଇବା ପାଇଁ PAGE କୁ LIKE କରନ୍ତୁ।


ନିଜର ଇଅର୍ ଫୋନ ଅନ୍ୟ କୁ ବ୍ୟବହାର କରିବାକୁ ଦେଲେ ହୋଇପାରେ ଏହି ସବୁ ସମସ୍ୟା

ନ୍ୟର ଇଅରଫୋନ୍ ବ୍ୟବହାର କଲେ କେଉଁ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା।

୧. ଅନ୍ୟର ଇଅର ଫୋନ୍ ବ୍ୟବହାର କରିବା ଦ୍ୱାରା ଅଧିକାଂଶ ଲୋକ ଫଙ୍ଗସ୍ ଇନ୍‌ଫେକ୍ସନର ଶିକାର ହୁଅନ୍ତୁ। ୭ ପ୍ରତିଶତ ଲୋକଙ୍କ କାନରେ ଯନ୍ତ୍ରଣା ହୁଏ। ଏହାର ମୁଖ୍ୟ କାରଣ ହେଉଛି ପୂର୍ବରୁ ଏହି ଇଅର ଫୋନ୍ ବ୍ୟବହାର କରୁଥିବା ଲୋକ ଏହି ସବୁ ସମସ୍ୟାର ଶିକାର ହୋଇଥାଆନ୍ତି। ଯଦି ଆପଣ କୌଣସି ଏମିତି ବ୍ୟକ୍ତିଙ୍କ ଇଅରଫୋନ୍ ବ୍ୟବହାର କରୁଛନ୍ତି  ଯିଏ କି ପୂର୍ବରୁ ସଂକ୍ରମଣର ଶିକାର ହୋଇଥିଲେ, ତା’ହେଲେ ସାବଧାନ ହୋଇଯାଆନ୍ତୁ। ଫଙ୍ଗସ୍‌ର ଜୀବାଣୁ ଇଅରଫୋନ୍‌ରେ ରହିଥାଇପାରନ୍ତି। ଯଦି ସେମାନଙ୍କ ସଂଖ୍ୟା ବଢ଼ିଯାଇଥାଏ, ତା’ହେଲେ ଇଅରଫୋନ୍ ଦେଇ ସେମାନେ ଆପଣଙ୍କ କାନ ଭିତରେ ପଶି ଯିବେ। ଆଉ ତା’ପରେ ଆପଣଙ୍କ କାନରେ ଦେଖାଯିବ ସମସ୍ୟା।

୨. ଜ୍ୱର ଓ ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କ ଇଅରଫୋନ୍ କେବେ ବି ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ। ଏଭଳି ଲୋକଙ୍କ ଇଅରଫୋନ୍ ଆପଣଙ୍କ କାନକୁ ଅଧିକ ସଂକ୍ରମିତ କରିବାର ସମ୍ଭାବନା ଥାଏ।

ସ୍ୱାସ୍ଥ୍ୟଗତ ସମସ୍ୟାରୁ ବର୍ତିବା ପାଇଁ : ଯଦି କେତେବେଳେ ଅନ୍ୟର ଇଅରଫୋନ୍ ବ୍ୟବହାର କରିବେ, ତା’ ପୂର୍ବରୁ ତାଙ୍କୁ ସାନିଟାଇଜରରେ ସଫା କରି ଦିଅନ୍ତୁ।



Beer ପିଇବାର 10 ଟି ଫାଇଦା ଜାଣିଲେ ଯେ କେହି ବି ଆଜିଠାରୁ Beer ପିଇବା ଆରମ୍ଭ କରିଦେବ ।

     ପୃଥିବୀର ପ୍ରାୟ ସମସ୍ତ ଦେଶରେ Beer କୁ ଏକ ଲଘୁ ପାନୀୟ ହିସାବରେ ଗ୍ରହଣ କରାଯାଏ ।Beer କୁ ଉଭୟ ପୁରୁଷ ଏବଂ ମହିଳା ପାନ କରିଥାନ୍ତି ।କିନ୍ତୁ ଆମ ଦେଶ ଭାରତ ରେ ଏହାକୁ ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନେ ଅଧିକ ମାତ୍ର ରେ ପିଇ ଥାନ୍ତି ।କେତେକ ଲୋକ ଏହାକୁ ସଉକ ହିସାବରେ ପିଉଥିଲା ବେଳେ ଆଉ କିଛି ଲୋକ ଏହାକୁ ବିଭିନ୍ନ ଖୁସିର ମାହଲ ରେ ହିଁ କେବଳ ପିଇଥାନ୍ତି ।
 କିନ୍ତୁ ବିଭିନ୍ନ ଅଧ୍ୟୟନ ରେ ଜଣା ଯାଇଛି ଯେ ନିୟମିତ ଭାବରେ ସନ୍ତୁଳିତ ମାତ୍ର ରେ Beer ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ ।ଆସନ୍ତୁ କଣ କଣ ଲାଭ ମିଳିଥାଏ ସେ ସବୁ ବିଷୟରେ ଜାଣିବା ।


୧-କିଡନୀ ରେ ଷ୍ଟନ ହେବାକୁ ରୋକିଥାଏ

          Beer ଆମ Kidney କୁ ସୁସ୍ଥ ସବଳ ରଖି ଥାଏ ।ଅଧ୍ୟୟନରୁ ଜଣା ପଡ଼ିଛି ଯେ ସମସ୍ତ ମଦ ଜାତୀୟ ପାନୀୟ ଠାରୁ Beer Kidney ପାଇଁ ଅଧିକ ଫଳପ୍ରଦ । ବାସ୍ତବିକ ରୂପରେ ପ୍ରତ୍ୟେକ ବୋତଲ Beer ଯାହା ଆପଣ ପିଅନ୍ତି ତାହା ଦ୍ୱାରା Kidney ଷ୍ଟୋନ ହେବାର chance 40℅ କମ କରିଦେଇ ଥାଏ । 


୨- ଶରୀରରେ cholesterol ର ମାତ୍ରା କୁ କମ କରିଥାଏ

              ନିୟମିତ Beer ପିଇବା ଦ୍ୱାରା ଶରୀରରେ cholesterol ର ମାତ୍ର ଧୀରେ ଧୀରେ କମି ଯାଇଥାଏ ।ଯାହା ଦ୍ୱାରା ଆପଣଙ୍କୁ ଅନେକ କ୍ଷତି କାରକ ରୋଗରେ ରକ୍ଷା ମିଳି ଥାଏ ଯେପରିକି ଉଚ୍ଚ ରକ୍ତଚାପ,ହାର୍ଟ ଆଟ୍ଟାକ ଇତ୍ୟାଦି ।



୩-ଶରୀର କୁ ମଜଭୁତ ବନାଇଥାଏ Beer

        Beer ପିଇଵା ଦ୍ୱାରା ଆମ ଶରୀରର ହାଡ ଗୁଡିକ ମଜଭୁତ ହୋଇଥାନ୍ତି ।୨୦୦୯ ମସିହାରେ ଏକ ଅଧ୍ୟୟନ ରୁ ଜଣାଯାଏ ଯେ Beer ରେ ଥିବା ସିଲିକନ ଆମ ଶରୀରର Bone Density କୁ ବୃଦ୍ଧି କରିଥାଏ ,ଫଳରେ ଆମ ଶରୀର ଅଧିକ ମଜଭୁତ ହୋଇଥାଏ ।



୪-Heart Attack ର chance କୁ କମ କରିଥାଏ

    Beer  ହାର୍ଟ ଅଟାକ ର chance କୁ ବହୁ ମାତ୍ରା ରେ କମ କରି ଦେଇ ଥାଏ ।  Beer ପିଉ ନଥିବା ଲୋକ ମାନଙ୍କ ତୁଳନା ରେ beer ପିଉ ଥିବା ଲୋକଙ୍କ heart attack ହେବାର ଚାନ୍ସ 40% ରୁ 60% ପର୍ଯ୍ୟନ୍ତ କମ ହୋଇଥାଏ ।



୫-Beer ମାଂସପେଶୀ କୁ ସୁଦୃଢ଼ କରିଥାଏ ଯାହାଦ୍ୱାର ଆମ ଶରୀରର ମାଂସପେଶୀ ଶୀଘ୍ର growth କରିଥାଏ  ।Gym ଯାଉ ଥିବା ବ୍ୟକ୍ତି beer ପିଇବା ଲାଭଦାୟକ ହୋଇଥାଏ ।


୬- Beer ଏକ Memory Booster ରୂପରେ କାମ କରିଥାଏ ।Beer ପିଇ ବା ଦ୍ୱାରା ବୃଦ୍ଧ ଅବସ୍ଥାରେ ଦେଖାଯାଉ ଥିବା ସ୍ମୁତିଶକ୍ତି ହ୍ରାସ ଭଳି ସମସ୍ୟା ଗୁଡିକ ଦେଖା ଯାଇ ନଥାଏ ।


୭- Beer ଆମ ଶରୀରର ଚର୍ମ କୁ ସତେଜ ଓ ଚିକଣ କରିଥାଏ ।Beer ପିଇବା ଦ୍ୱାରା ଆମ ଚର୍ମ ଅଧିକ glow କରିଥାଏ ।ଯାହାଦ୍ୱାରା ବୁଢ଼ାପା ବିଳମ୍ବ ରେ ଆସିଥାଏ ।


୮- ସପ୍ତାହ କୁ ଥରେ Beer ରେ ନିଜ ବାଳ କୁ ଧୋଇବା ଦ୍ୱାରା କେଶ ଝଡ଼ିବା ,ରୂପି ଆଦି ଅନେକ କେଶ ଜନିତ ସମସ୍ୟା ରେ ଆମକୁ ମୁକ୍ତି ମିଳିଥାଏ ।


୯- Beer ପିଇବା ଦ୍ୱାରା ଏହା ଆମ ଶରୀରକୁ ସତେଜ ରଖିଥାଏ ଓ ଆମର ପରିଶ୍ରମ ଜନିତ କ୍ଲାନ୍ତି ଦୂର କରିଥାଏଫଳରେ ଆମକୁ ଭଲ ନିଦ ହୋଇଥାଏ ।


୧୦- ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ beer ,ଜଳ ଠାରୁ ମଧ୍ୟ ଅଧିକ ବିଶୁଦ୍ଧ କାରଣ ଜଳ ରେ କ୍ଷତି କାରକ ବ୍ୟାକ୍ଟେରିଆ ଗୁଡିକ ବଞ୍ଚି ରହିପାରନ୍ତି ମାତ୍ର beer ରେ ସେ ଗୁଡିକ ବଞ୍ଚି ରହିପାରନ୍ତି ନାହିଁ ।

                   Beer ପିଇ ବାର ଏତେ ସବୁ ଫାଇଦା ମିଳୁଥିବାରୁ ଏହା ନିଶ୍ଚିତ ଭାବରେ ଆମ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଅଟେ ।ଏହାର ଅର୍ଥ ଏହା ନୁହେଁକି ଆମେ ପ୍ରତିଦିନ Beer ପିଇବା ଆରମ୍ଭ କରିଦେବା ।ଆମେ ଯଦି ଏହାକୁ ସନ୍ତୁଳିତ ଭାବରେ ଠିକ ମାତ୍ରାରେ ଗ୍ରହଣ କରିବା ତାହେଲେ ଏହା ଆମ ଶରୀର ତଥା ସ୍ୱାସ୍ଥ୍ୟ ପ୍ରତି ବିଶେଷ ଫଳପ୍ରଦ ହେବ ।ଅତ୍ୟଧିକ ସେବନ କ୍ଷତିକାରକ ମଧ୍ୟ ହୋଇଥାଏ ।

ଏହିପରି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ଉପଯୋଗୀ News ପ୍ରତିଦିନ ପାଇବା ପାଇଁ ଏଠାରେ CLICK କରନ୍ତୁ ଓ LIKE କରନ୍ତୁ ।

TRUECALLER ବ୍ୟବହାର ନକରି hike messenger ଦ୍ଵାରା ଜାଣି ହେବ ଯେକୌଣସି ନମ୍ବର କାହାର

ବେଳେ ବେଳେ ଅଜଣା ନମ୍ବର ରୁ ଆମକୁ call ଆସିଥାଏ , କିନ୍ତୁ ଆମେ ଜାଣି ପାରିନାହିଁ ସେ ନମ୍ବର କାହାର । ବିଶେଷ କରି ଝିଅ ମାନଙ୍କ କ୍ଷେତ୍ର ରେ ସେମାନଙ୍କ ପାଖକୁ ବହୁତ ଅଜଣା ଅଜଣା ନମ୍ବର ରୁ କଲ ଆସିଥାଏ ।ସେମାନେ ଜାଣି  ପାରନ୍ତି ନାହିଁ ସେ ନମ୍ବର କାହାର

ସେଥିପାଇଁ ଝିଅ ମାନଙ୍କୁ ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ । ପାଠ ପଢ଼ୁଥିବା  ଝିଅ ମାନଙ୍କ କ୍ଷେତ୍ର ରେ ପାଠ ପଢା ରେ ଅବହେଳା ଘଟି ଥାଏ ।

କେତେକ ଲୋକ ନମ୍ବର କାହାର ଜାଣିବା ପାଇଁ truecaller ନାମକ ଆପ୍ପ ର ସାହାଯ୍ୟ ନେଇ ଥାନ୍ତି । ସେଥିପାଇଁ ସେମାନଂକୁ  truecaller  ଆପ୍ପ କୁ ନିଜ ଫୋନେ ରେ install କରିବାକୁ ପଡିଥାଏ ।

କିନ୍ତୁ ଆଜି ଆମେ ଜାଣିବା ବିନା truecaller ରୁ ଆମେ hike ମାଧ୍ୟମରେ ନମ୍ବର କାହା ନାମରେ ଅଛି ଜାଣି ପରିବା
ଆସନ୍ତୁ ଜାଣିବା କିପରି:-
1- hike କୁ ଯାଇ ସେଠାରେ ଦେଖନ୍ତୁ natasa ନାମକ ଏକ    contact ଥିବ ସେଥିରେ click କରନ୍ତୁ।
2- ତାପରେ ସେଥିରେ  type କରନ୍ତୁ  #caller 99*********98 ଆଉ message କରି ଦିଅନ୍ତୁ
(99*******98 ଜାଗାରେ ନମ୍ବର ଟିକୁ ଲେଖନ୍ତୁ )

3-ସଂଗେ ସଂଗେ ସେପଟୁ ନୁମ୍ବର ଟି କାହାର ତାହା ନାମ ସହ message ଟିଏ ଆସିଯିବ।

                ଏହା ଦ୍ଵାରା ଆମେ ଯେ କୌଣସି ନମ୍ବର କାହା ନାମ ରେ ଅଛି ସହଜ ରେ ଜାଣି ପାରିବା ।

ସପ୍ତମ ବେତନ କମିଶନ ଅନୁଯାୟୀ ବିଭିନ୍ନ ଗ୍ରେଡ ରେ ବଢିବାକୁ ଥିବା ଦରମା 7th pay commission salary hike

ଓଡିଶା ସରକାର  ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କ ପାଇଁ  ଦଶହରା ଭେଟି ସଦୃଶ  ସପ୍ତମ  ବେତନ କମିଶନ କୁ ଲାଗୁ କରି ଦେଇଛନ୍ତି । ଏହାର ଲାଭ ଆସନ୍ତା ସେପ୍ଟେମ୍ୱର ୧ରୁ  ପାଇ ପାରିବେ ଓଡ଼ିଶାର ସରକାରୀ କର୍ମଚାରୀ ମାନେ ।
     ପୂର୍ବତନ State Secretariat Employees’ Association ର ସଭାପତି ଚିତ୍ତରଞ୍ଜନ ହୋତା ଙ୍କ ସୂଚନା ଅନୁଯାୟୀ ବିଭିନ୍ନ  ଗ୍ରେଡ ରେ ବୃଦ୍ଧି ପାଇବାକୁ ଥିବା ଦରମା ର ବିବରଣୀ ନିମ୍ନ ପ୍ରକାରର :-

୧-  GROUP D କର୍ମଚାରୀ ମାନେ ସପ୍ତମ ବେତନ କମିଶନ  ଅନୁଯାୟି  ମାସିକ  basic pay  6450 ରୁ 18000 କୁ ବୃଦ୍ଧି ପାଇବ ।

୨ -GROUP C କର୍ମଚାରୀ ମାନଙ୍କ ମାସିକ ଦରମା 7100 ରୁ 19900 କୁ ବୃଦ୍ଧି ପାଇବ ।

୩ -GROUP B  କର୍ମଚାରୀ ମାନଙ୍କ ମାସିକ ଦରମା  13500 ରୁ 35400 କୁ  ବୃଦ୍ଧି ପାଇବ ।

୪ - GROUP A କର୍ମଚାରୀ ମାନଙ୍କ ମାସିକ ଦରମା 21000 ରୁ 56100 କୁ ବୃଦ୍ଧି ପାଇବ ।

୫ - GROUP A  OAS  କର୍ମଚାରୀ ମାନଙ୍କ ମାସିକ ଦରମା ପ୍ରାୟ 1,44,200  ହୋଇପାରେ ।

୬- GROUP A   IASକର୍ମଚାରୀ ମାନଙ୍କ ମାସିକ ଦରମା ବୃଦ୍ଧି ପାଇ 2,25,000 ହୋଇପାରେ

For more news click here and like this page

ଡେଙ୍ଗୁର ଚିକିତ୍ସା କ୍ଷେତ୍ରରେ ଅମୃତଭଣ୍ଡା ର ଭୂମିକା (Role of papaya to treatment dangue)

ଅମୃତଭଣ୍ଡାକୁ ଏକ ସ୍ୱାସ୍ଥପ୍ରଦ ଫଳ ରୂପେ ବିବେଚନା କରାଯାଏ ତା ଛଡା ଏହା ଅନେକ ରୋଗର ଉପଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ ।ଅମୃତଭଣ୍ଡା ଗଛର କେବଳ ଫଳ ନୁହଁ ବରଂ ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ଅଛି। ଏହାର ପତ୍ର ଗୁଡିକ ରକ୍ତ ର ପ୍ଲେଟଲେଟ ସଂଖା ବୃଦ୍ଧି ଏବଂ anti-malarial ଗୁଣ ପାଇଁ ଜଣାଶୁଣା ।ଏହା  ସାଧାରଣତଃ ଡେଙ୍ଗୁ ଜ୍ଵର ପାଇଁ ଏକ ଘରେଇ ଉପଚାର ବହୁଳ ଭାବରେ ବ୍ୟବହାର କରାଯାଏ ।

ଅମୃତଭଣ୍ଡା ରେ ଥିବା ପ୍ରାକୃତିକ ଯୌଗିକ ଗୁଡିକ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।ଏହାଛଡା ଏଥିରେ ଥିବା papain  ପେଟ ସମ୍ୱନ୍ଧୀୟ ପୀଡା ଗୁଡିକ ଠିକ କରିବାରେ ସହାୟକ ହୋଇଥାଏ ଯାହା ହଜମ କ୍ରିୟା କୁ ଠିକ କରିଥାଏ ।

ପପୟା ପତ୍ର ସାଧାରଣତଃ ଡେଙ୍ଗୁ ରୋଗୀର ରକ୍ତ ରେ ଥିବା ପ୍ଲେଟଲେଟ ସଂଖା ବୃଦ୍ଧି କରିଥାଏ । 400 ଜଣ ଡେଙ୍ଗୁ ରୋଗୀଙ୍କ ସର୍ବେକ୍ଷଣ ରୁ ଏହା ଦେଖାଯାଇଛି କି  ଯେଉଁ ରୋଗୀ ମାନଙ୍କୁ ପପୟା  ପତ୍ର ରସ କୁ ଟାବଲେଟ ମାଧ୍ୟମରେ ଦିଆଯାଇଛି ସେମାନଂକୁ ଶୀଘ୍ର ଉପସମ ମିଳିଛି ଏବଂ ସେମାନଙ୍କ blood transfusion ର ଆବଶ୍ୟକତା ପଡ଼ିନାହିଁ  ବିନା କିଛି ପାଶ୍ୱ ପ୍ରତିକ୍ରିୟରେ ।

ଡେଙ୍ଗୁ ଏଡିସ ମଶା କାମୁଡିବା ଦ୍ୱାରା ହୋଇଥାଏ ।ଡେଙ୍ଗୁ ଜ୍ୱର ହେଲେ ରୋଗୀ ଶରୀରର ତାପମାତ୍ରା ବହୁତ ମାତ୍ରା ରେ ବଢି ଯାଇଥାଏ,ଚର୍ମରେ ନାଲି ଦାଗ ଏବଂ ରକ୍ତ କଣିକା ସଂଖା ହ୍ରାସ ପାଇଥାଏ। ତେଣୁ ଡାକ୍ତର ରୋଗୀକୁ ପପୟା ପତ୍ର ରସ ର ଜୁସ ପିଇ ବାକୁ ପରାମର୍ଶ ଦେଇଥାନ୍ତି।

ବ୍ୟବହାର-
           କିଛି ମଧ୍ୟମ ଆକାର ପପୟା ପତ୍ର ଆଣି ତାକୁ ଧୋଇ ଦେଇ ଛୋଟ ଛୋଟ ଖଣ୍ଡ କରିଦେବା ।ସେଗୁଡିକ ଏକ ପାତ୍ରରେ 5ଲିଟର ଜଳ ସହିତ ନେଇ ତାକୁ ନ ଘୋଡାଇ ଗରମ କରିବା ।ଯେତେବେଳେ ପାତ୍ର ର ଜଳ ଅଧା ହୋଇଯିବ ତାକୁ କାଢିଆଣିବା ଓ ରୋଗୀକୁ ପିଇ ବାକୁ ଦେବା।

କିପରି ଜାଣିବେ କିଏ ଆପଣଙ୍କୁ whatsapp ରେ block କରିଛି (how to know who has blocked you on whatsapp )

କିପରି ଜାଣିବେ କିଏ ଆପଣଙ୍କୁ whatsapp ରେ block କରି ଦେଇଛି ।
ଆଜିକାଲି ସୋସିଆଲ ମିଡ଼ିଆର ଏକ ବହୁତ ଲୋକପ୍ରିୟ ଆପ୍ପ ଭାବରେ whatsapp ର ସ୍ଥାନ ଉପରେ । ସମାଜର  ପ୍ରତ୍ୟେକ ବର୍ଗର ଲୋକ ମାନେ ଏବେ whatsapp କୁ ବ୍ୟବହାର କରୁଛନ୍ତି । କିନ୍ତୁ ବେଳେ ବେଳେ କୌଣସି କାରଣରୁ  କେହି କେହି ଆମକୁ whatsapp ରେ block କରିଦେଇ ଥାନ୍ତି ।ଫଳରେ ଆମେ ଉକ୍ତ ବ୍ୟକ୍ତିଙ୍କୁ ମେସେଜ,କଲ,ଚାଟ କରିପାରିନାହିଁ ।

     ଏହିପରି କ୍ଷେତ୍ର ରେ ଆମେ ଜାଣିବା କିପରି ସିଏ ଆମକୁ block  କରିଛନ୍ତି କି ନାହିଁ ।
1- କେହି ଯଦି ଆମକୁ whatsapp ରେ ବ୍ଲକ କରି ଦିଏ ତେବେ ତାଙ୍କର profile picture କୁ ଆମେ ଦେଖିପାରି ନଥାଉ ।

2- ତାଙ୍କର status ମଧ୍ୟ ଆମେ ଦେଖି ପାରି ନଥାଉ ।

3- ସେ online ଥିଲେ ମଧ୍ୟ ଆମକୁ online ଲେଖା ଆସିନଥାଏ ଓ ତାଙ୍କର lastseen ମଧ୍ୟ show କରିନଥାଏ ।

4 -ତାଙ୍କୁ message  ପଠାଇଲେ messege ଟି ଯାଇ ନଥାଏ କେବଳ ଗୋଟିଏ ଠିକ ଚିହ୍ନ ଆସିଥାଏ ।
ସିଏ ଆପଣଙ୍କୁ unblock କଲା ପରେ ମଧ୍ୟ ଉକ୍ତ message ଟି ଯାଇ ନଥାଏ ।

ଘରେ ବସି online ରେ ବିଦ୍ୟୁତ ବିଲ ଭରନ୍ତୁ। Pay electricity bill online from your home

ଆମ ଦୈନଦିନ ଜୀବନରେ ଏବେ ବିଦ୍ୟୁତ ଏକ  ଅତିଶୟ ଦରକାରୀ ଆବଶ୍ୟକତା ରେ ପରିଣତ ହୋଇଯାଇଛି ।ମୋଟାମୋଟି ଭାବରେ ଏହା ଆମର ଏକ ଅତିରିକ୍ତ ମୌଳିକ ଆବଶ୍ୟକତା ପାଲଟି ଯାଇଛି ।ବିଦ୍ୟୁତକୁ ଛାଡ଼ି ଗୋଟେ ଦିନ କଣ ଗୋଟେ ଘଣ୍ଟା କଟାଇବା ଏବେ ବହୁତ କଷ୍ଟ ସାଧ୍ୟ ବ୍ୟାପାର ହୋଇଯାଇଛି ।

ମଣିଷ ତାର ନୀତିଦିନ ବ୍ୟବହାର କରୁଥିବା ସାମଗ୍ରୀ ଗୁଡିକ ମଧ୍ୟରୁ ୬୦% ସାମଗ୍ରୀ ବିଦ୍ୟୁତ ଚାଳିତ ।ଟିଭି,ଫ୍ରୀଜ଼,ୱାଶିଂ ମେସିନ ,ଫୋନ, ପଙ୍ଖା ଆଦି ଅନେକ ଜିନିଷ ବିନା ଗୋଟେ ମୁହୂର୍ତ୍ତ କଟେଇବା ଏବେ ପ୍ରାୟତଃ ଅସମ୍ଭବ ।

ଆମେ ସମସ୍ତେ ଜାଣୁ ବିଦ୍ୟୁତ ବ୍ୟବହାର ପାଇଁ ଆମକୁ କିଛି ବିଦୂତ ଶୁଳ୍କ ଦେବାକୁ ପଡିଥାଏ ।ଆମ ଓଡିଶାରେ ବିଦ୍ୟୁତ ବିଭାଗ କୁ ତଦାରଖ କରୁଥିବା ସଂସ୍ଥାର ନାମ ହେଲା NESCO । ମାସ ଶେଷକୁ ବିଦ୍ୟୁତ ବିଲ ଆସିଲା ମାତ୍ରେ ବିଦ୍ୟୁତ ବିଲ ଦେବାପାଇଁ ଅଫିସ ରେ ଏବଂ ଦୋକାନରେ ଲମ୍ବା ଲାଇନ ଲାଗିଥାଏ ।ଅପଣମଧ୍ୟ କେବେ କେବେ ଏହି ଲମ୍ବା ଲାଇନରେ ଛିଡା ହୋଇ ବିଲ ପଇଠ କରିଥିବେ ।

ତେବେ ଆପଣ ଜାଣି ଖୁସି ହେବେଯେ ଆପଣ ଚାହିଁଲେ ଘରେ ବସି ଅତି ସହଜ ରେ ଏହି ବିଲ କୁ ଭରି ପାରିବେ ।
ପ୍ରଧାନମନ୍ତ୍ରୀଙ୍କର cashless ଯୋଜନା ଆଧାର ରେ ଆପଣ online ରେ ଘରେ ବସି ବିଲ ପଇଠ କରିପାରିବେ ।ଆସନ୍ତୁ ଜାଣିବା କିପରି କରିବେ ।
STEP 1- ପ୍ରଥମେ ଆପଣ www.odishadiscoms.com/ ରେ login କରନ୍ତୁ ।

STEP 2- ତାପରେ  bill online  ନାମକ option ରେ click କରନ୍ତୁ।

STEP 3- ତାପରେ  ସେହି ପେଜ ରେ ନିଜର custemer no. ଆଉ ନାମ କୁ enter କରି view/pay bill ରେ click କରନ୍ତୁ ।

STEP 4- ପର page ରେ ଆପଣଙ୍କ bill detail ବାହାରିବ , ସେଠାରେ ନିଜର payment କୁ credit/debit କାର୍ଡ detail ଦେଇ ଆବଶ୍ୟକ bill ପଇଠ କରିପାରିବେ ।

       ଏସବୁ ଛଡା paytm, freecharge ଆଦି mobile app କୁ ବ୍ୟବହାର କରିମଧ୍ୟ ବିଲ ପଇଠ କରିହେବ ।

ଅଦା ବା ହଲଦୀ, କେଉଁଟି ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ? Ginger or Turmaric, which is best for us ?

ବହୁ ପୁରାତନ କାଳରୁ ଅଦା ଏବଂ ହଳଦୀ କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର  ଚିକିତ୍ସା ପାଇଁ ବ୍ୟବହାର  ହୋଇଆସୁଛି ।ଉଭୟ ଅଦା ଏବଂ ହଳଦୀ ଅନେକ ଆବଶ୍ୟକୀୟ ପୋଷକ ରେ ପରିପୂର୍ଣ ।ଉଭୟେ rhizome ନାମକ ଏକ ଜାତିର ଗଛର କାଣ୍ଡର ରୂପାନ୍ତରିତ ମୂଳ ।
ଚାଲନ୍ତୁ  ଦେଖିବା ହଳଦୀ ଆଉ ଅଦା ମଧ୍ୟରୁ କେଉଁଟି ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ  ଫଳପ୍ରଦ ।

ଅଦା :-
      ଅଦା ଅନେକ ଜୈବ ଯୌଗିକ ଗୁଡିକ ଦ୍ୱାରା ପରିପୂର୍ଣ ଯାହାକି ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ବହୁତ ଫଳପ୍ରଦ ।
ଅଦା ରେ gigerol ନାମକ ଏକ ଶକ୍ତିଶାଳୀ ଔଷଧୀୟ ଉପାଦାନ ଅଛି ।ତାଛଡା ଏଥିରେ ଭିଟାମିନ-ସି,ଭିଟାମିନ-B6,ମଗ୍ନେସିଅମ,କପର ମଧ୍ୟ କିଛି ପରିମାଣରେ ଉପଲବ୍ଧ ଅଛି ।

ଅଦା ବ୍ୟବହାରର ଫାଇଦା :-

   -ଅଦା ମାଂସପେଶୀର ଯନ୍ତ୍ରଣା କମାଇବା ପାଇଁ ବହୁତ ଫଳପ୍ରଦ ।
   -ଅଦା ର ବ୍ୟବହାର ହୃଦଘାତ ର ଆଶଙ୍କାକୁ କମ୍ କରିଦେଇଥାଏ ।
   -ଅଦା ପୁରାତନ ପେଟଜନିତ ସମସ୍ୟା କୁ ଦୂର କରିଥାଏ ।
   -ଏହା ପେଟରେ ଵାୟୁ କୁ ମଧ୍ଯ କମ କରିଥାଏ।
 
-ଋତୁସ୍ରାଵ ଜନିତ ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ ।
   -ଏହା ଶରୀରର  ମେଦକୁ କମ୍ କରିବାରେ ସହାୟକ ହୋଇଥାଏ ।
   -ଆଜ଼ମା ଏବଂ କେନସର ର ପ୍ରତିରଧ କରିବାରେ ଅଦା ର ଭୂମିକା ଅନେକ ।
   -sugar level କମ୍ କରିବାରେ ସହାୟକ ହୋଇଥାଏ ।
   - It is also known as to improve the brain function

ବ୍ୟବହାର -
       ଅଦା କୁ ଛୋଟ ଛୋଟ ଖଣ୍ଡରେ କାଟି ଲୁଣ ଏବଂ ଲେମ୍ବୁ ରସ ସହିତ ମିଶାଇ ଖାଇବା ପୂର୍ବରୁ ନେଲେ ତାହା ଭୋକ ବଢ଼ିଥାଏ ।
        ରୋଷେଇରେ ମଧ୍ୟ ଅଦା ଖଣ୍ଡ କୁ ବ୍ୟବହାର କରାଯାଏ ।
        ଅଦା କୁ ତୁଳସୀ ପତ୍ର ଏବଂ ମହୁ ସହିତ ସେବନ କଲେ ଥଣ୍ଡା ସର୍ଦି ରୁ ଉପସମ ମିଳିଥାଏ ।

ହଳଦୀ --
        ହଳଦୀ ଲୌହ ଏବଂ ମାଙ୍ଗାନିଜର ଏକ ଭରପୁର ଉତ୍ସ ।ତାଛଡା ଏଥିରେ ,ଭିଟାମିନ-B6,ମଗ୍ନେସିଅମ,କପର ମଧ୍ୟ କିଛି ପରିମାଣରେ ଉପଲବ୍ଧ ଅଛି ।ଏହା ମଧ୍ୟ ଶରୀରର antioxident  ର ମାତ୍ରା ବୃଦ୍ଧି କରିଥାଏ ।

ହଳଦୀ ବ୍ୟବହାରର ଫାଇଦା -:-

   -ମସ୍ତିଷ୍କ କୁ ସୁସ୍ଥ ରଖିଥାଏ ଏବଂ ମସ୍ତିଷ୍କ ଜନିତ ରୋଗର ଆଶଙ୍କା ଦୂର କରିଥାଏ ।
   -ଏହା ହୃଦରୋଗ ର ଆଶଙ୍କା ଦୂର ମଧ୍ୟ କାରିଥାଏ ।
   -ହଳଦୀ କେନସର କୁ ପ୍ରତିରଧ ଏବଂ ତାର ଚିକିତ୍ସା ମଧ୍ୟ କରିଥାଏ ।
   -ଏହାର ବ୍ୟବହାର depression ଚିନ୍ତା ରୁ ଦୂରରେ ରଖିଥାଏ ।
   -ଏହା ବାର୍ଦ୍ଧକ୍ୟ କୁ ଡେରିରେ ଆଣିଥାଏ ।
   -ହଳଦୀର ବ୍ୟବହାରରେ ରକ୍ତ ସଞ୍ଚାଳନ ସୁଚାରୁପରେ ହୋଇଥାଏ ଏବଂ ହଜମ କ୍ରିୟା କୁ ଠିକ କରିଥାଏ ।।    

       ଉଭୟ  ଅଦା ଏବଂ ହଲଦୀ ପୂର୍ବ କାଳରୁ ଆମପାଇଁ ପ୍ରକୃତିର ଏକ ଅମୂଲ୍ୟ ଦାନ ।
        

ଏକ ମୁଣ୍ଡ ଖରାପ କରୁଥିବା ପ୍ରଶ୍ନ reasoning

ଏପରି କିଛି ପ୍ରଶ୍ନ ଅଛି ଯାହା ଆପଣଙ୍କ ମସ୍ତିଷ୍କ କୁ ଦହଲାଇ ଥାଏ । କିଛି ପ୍ରଶ୍ନ ଦେଖିବାକୁ ସହଜ ଲାଗୁଥିଲେ ମଧ୍ୟ କରିବା ବହୁତ କଷ୍ଟ ।ସେପରି ଗୋଟେ ପ୍ରଶ୍ନ ବିଷୟରେ ଆସନ୍ତୁ ଦେଖିବା  ।

ପ୍ରଶ୍ନ :-
      3+5+6=151872
      5+5+6=253094
      5+6+7=303585
      5+5+3=251573
      then 9+4+7=_______?

ଏହି ପ୍ରଶ୍ନଟି ଏକ ଉଚ୍ଚ ସ୍ତରର ପରୀକ୍ଷାରେ ପଡିଥିବା ପ୍ରଶ୍ନ ଯାହାକୁ କି କେବଳ 5%  ପିଲା ସଠିକ ଉତ୍ତର ଦେଇ ପାରିଥିଲେ ।

ଉତ୍ତର -

        ଏହି ପ୍ରଶ୍ନଟିର ଉତ୍ତର କଲାବେଳେ ଆପଣ ନିଶ୍ଚିତ ଭାବରେ ଏହାର ପ୍ରଥମ 4 ଟି ସଂଖା ବାହାର କରି ସାରିଥିବେ ଏହା ଅତୀବ ସହଜ । କିନ୍ତୁ ଶେଷ 2 ଟି ସଂଖ୍ୟା ନିର୍ଣ୍ଣୟ କରିବା  ବହୁତ କଷ୍ଟସାଧ୍ୟ ଯାହା ଆପଣ ମଧ୍ୟ ଜାଣିପାରିଥିବେ । ଆସନ୍ତୁ ଦେଖିବା ଏହା କିପରି ନିର୍ଣ୍ଣୟ କରିହେବ ।

ପ୍ରଥମ 4 ଟି ସଂଖ୍ୟା ଆପଣ ଏହି ସୂତ୍ର ଅନୁଯାୟୀ ନିର୍ଣ୍ଣୟ ହୋଇଥାଏ :-  a+b+c = (a×b)(a×c) ??

ଯେପରି   3+5+6=  (3×5)(3×6)

ଶେଷ 2 ଟି ସଂଖା ନିମ୍ନ ସୂତ୍ର ଅନୁଯାୟୀ ନିର୍ଣ୍ଣୟ କରାଯାଏ

{(a×b)+(a×c)-c} ର ଓଲଟା ସଂଖା ଅର୍ଥାତ  :-

3+5+6=151872;
axb = 3×5 = 15   axc = 3×6 = 18;
{(a×b)+(a×c)-c} = ((3×5)+(3×6)-6} = 27
— Reverse of 27 is 72

ଏହି ସୂତ୍ର ଅନୁଯାଇ ପ୍ରଶ୍ନଟିର ଉତ୍ତର ନିମ୍ନ ପ୍ରକାରର ହେବ :-

So 9+4+7=_______?
axb = 9×4 = 36;
axc = 9×7 = 63;
{(a×b)+(a×c)-c} = ((9×4)+(9×7)-7} = (36+63-7)=92
— Reverse of 92 is 29.

Hence 9+4+7 = 366329 (ଉତ୍ତର)

ଏହିଭଳି ଅନେକ ପ୍ରଶ୍ନ ର ଉତ୍ତର ନିଜର facebook ରେ ପ୍ରତିଦିନ ପାଇବା  ପାଇଁ like କରନ୍ତୁ  here ଏଠାରେ

ଆଇଏଏସ୍ ଇଂଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ ଯାହା ଆପଣଙ୍କ ହୋସ ଉଡାଇ ଦେବ

ୟୁପିଏସସି ପରୀକ୍ଷାରେ ଇଂଟରଭିୟୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଅନେକ ଥର ପ୍ରାର୍ଥୀଙ୍କୁ ହାଜିରା ହେବାର ଜବାବ୍ ଏବଂ ଆଇକ୍ୟୁ ଚେକ୍ କରିବା ସହିତ ବିଭିନ୍ନ ପ୍ରକାରର କୌତୁକପୂର୍ଣ୍ଣ ପ୍ରଶ୍ନ ମଧ୍ୟ କରାଯାଇଥାଏ । ଯାହା ପ୍ରାର୍ଥୀଙ୍କ ମୁଣ୍ଡ ଘୂରାଇ ଦେଇଥାଏ । ତେବେ ୟୁପିଏସପି ଏବଂ କିଛି ଅନ୍ୟ ଚାକିରିର ଇଂଟରଭିୟୁ ସମୟରେ ପଚରା ଯାଉଥିବା ଏଭଳି କିଛି ପ୍ରଶ୍ନ ଏବଂ ତା’ର ଉତ୍ତର ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଆସନ୍ତୁ ଜାଣିବା ।

• ପ୍ରଶ୍ନ- ଆପଣ ସକାଳୁ ଉଠିଲେ ଏବଂ ଜାଣିବାକୁ ପାଇଲେ କି ଆପଣ ଗର୍ଭବତୀ ଅଟନ୍ତି । ତେବେ ସର୍ବ ପ୍ରଥମେ ଆପଣ କଣ କରିବେ ?

ଉତ୍ତର- ଏହା ଜାଣିବା ପରେ ମୁଁ ବହୁତ ଖୁସି ହେବି ଏବଂ ସର୍ବ ପ୍ରଥମେ ଏସଂପର୍କରେ ଯାଇ ନିଜ ସ୍ୱାମୀଙ୍କୁ ଜଣାଇବି ଓ ସେଲିବ୍ରେଟ୍ କରିବି ।

• ପ୍ରଶ୍ନ-ଦୁଇ ଜାଆଁଳା ଶିଶୁ ଆଦର୍ଶ ଏବଂ ଅନୁପମ ମଇ’ରେ ଜନ୍ମ ହୋଇଥିଲେ , କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନ’ରେ ଅଟେ । ଏହା କିପରି ସମ୍ଭବ?

ଉତ୍ତର-କାରଣ, ‘ମଇ’ ଏକ ସ୍ଥାନର ନାଁ ।

• ପ୍ରଶ୍ନ- ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଏବଂ ୪ଟି କମଳା ଓ ଅନ୍ୟ ହାତରେ ୪ଟି ସେଓ ଓ ୩ଟି କମଳା ରହିଛି । ତେବେ ଆପଣଙ୍କ ନିକଟରେ କଣ ଅଛି ?

ଉତ୍ତର- ବହୁତ ବଡ ହାତ ।

• ପ୍ରଶ୍ନ- ଇଂଟରଭିୟୁର ପ୍ରାର୍ଥୀଙ୍କ ପାଇଁ ଗୋଟିଏ କପ୍ କଫି ମଗାଇଲେ । କଫି କପଟି ପ୍ରାର୍ଥୀ ଆଗରେ ରଖି ପଚରାଗଲା କି ‘ୱାଟ୍ ଇଜ୍ ବିଫୋର୍ ୟୁ’ ?

ଉତ୍ତର- ପ୍ରାର୍ଥୀ ଜଣକ ଟି’ରେ ନିଜର ଉତ୍ତର ଦେଲା । ଯେବେକି ଇଂଟରଭିୟୁର ପଚାରିଥିଲେ କି ୟୁ’(ଆଲଫାବେଟ୍) ପୂର୍ବରୁ କଣ ଅଟେ ବୋଲି ? ତେବେ ୟୁ’ ପୂର୍ବରୁ ଟି (ଆଲଫାବେଟ୍) ଆସିଥାଏ । ତେଣୁ ଏଥିପାଇଁ ପ୍ରାର୍ଥୀ ଜଣକ କହିଥିଲା ଚା’ ।

• ପ୍ରଶ୍ନ- ଜଣେ ଲୋକ ୮ ଦିନ ବିନା ଦିନରେ କିପରି ରହିପାରିବ ?
ଉତ୍ତର- କାରଣ, ସେ ରାତିରେ ଶୋଇଥାଏ ।

• ପ୍ରଶ୍ନ- ଯଦି ୮ ଜଣ ଲୋକ କାନ୍ଥ ନିର୍ମାଣ ପାଇଁ ୧୦ ଘଂଟା ସମୟ ନେଇଥାନ୍ତି ତେବେ ୪ ଜଣ ଲୋକଙ୍କୁ ଏହି କାନ୍ଥକୁ ନିର୍ମାଣ ପାଇଁ କେତେ ସମୟ ଲାଗିବ ?

ଉତ୍ତର- କାନ୍ଥ ପୂର୍ବରୁ ହିଁ ନିର୍ମାଣ ହୋଇସାରିଛି ,ତେବେ ତାଙ୍କୁ ସମୟର କୌଣସି ଆବଶ୍ୟକତା ପଡିବ ନାହିଁ ।

• ପ୍ରଶ୍ନ- ଗୋଟିଏ ବିରାଡିର ୩ଟି ପିଲା ଅଛି । ସେମାନଙ୍କର ନାଁ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଅଟେ ତେବେ ବିରାଡିଟିର ନାଁ କଣ ଅଟେ ?

ଉତ୍ତର- ତେବେ ଏହାର ଉତ୍ତର ଏହାର ପ୍ରଶ୍ନରେ ହିଁ ରହିଛି । ବିରାଡିଟିର ନାଁ ହେଉଛି ‘କଣ’ ।

• ପ୍ରଶ୍ନ- ଜେନ୍ସ ବଣ୍ଡଙ୍କୁ ବିନା ପାରାସୁଟରେ ଏକ ପ୍ଲେନରୁ ବାହାର କରିଦିଆଯାଏ । କିନ୍ତୁ ସେ ବଂଚି ଯାଆନ୍ତି, କେମିତି ?

ଉତ୍ତର- କାରଣ, ସେ ସମୟରେ ପ୍ଲେନଟି ରନୱେରେ ଥିଲା ।
• ପ୍ରଶ୍ନ- ନାଗ ପଂଚମିର ଅପୋଜିଟ୍ କଣ ହେବ ?

ଉତ୍ତର- ନାଗ ମୋତେ ପଂଚ କରି ପାରିବ ନାହିଁ ।

      ଏହିପରି ଆହୁରି ଅଧିକ ପ୍ରଶ୍ନ ଏବଂ ଅନେକ କିଛି ନିଜ facebook ରେ ପ୍ରତିଦିନ ପାଇବା ପାଇଁ  ଏଠାରେ  click କରନ୍ତୁ like କରନ୍ତୁ ।

                                   ସୌଜନ୍ୟ: ଆଜତକ୍

ଜଗନ୍ନାଥ ମନ୍ଦିର ସମ୍ପର୍କ ରେ 8ଟି ରହସ୍ୟମୟ ତଥ୍ୟ ଯାହା ଆପଣ ଜାଣିନାହାନ୍ତି । 8 INTERESTING AND AMAZING FACTS ABOUT JAGANNATH TEMPLE IN PURI

ଆସନ୍ତୁ ଜାଣିବା ବିଶ୍ୱପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ସମ୍ପର୍କରେ କିଛି ରହସ୍ୟମୟ ଘଟଣା ଯାହା ଆପଣ ଜାଣିନଥିବେ ,ଏସବୁର କାରଣ ଆଜିପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ପାଇପାରିନାହାନ୍ତି ।ଆସନ୍ତୁ ଜାଣିବା:-

1- ଜଗନ୍ନାଥ ମନ୍ଦିରର ନୀଳଚକ୍ର ବାନା ସଦାବେଳେ ପବନ ବହୁଥିବା ର ବିପରୀତ ଦିଗରେ ଉଡୁଥାଏ ।

2- ଜଗନ୍ନାଥ ମନ୍ଦିରର ସୁଦର୍ଶନ ଚକ୍ର ଯେଉଁ ଦିଗରୁ ଦେଖିଲେ ମଧ୍ୟ ନିଜକୁ ସାମ୍ନା କରିଥିବାର ଦେଖାଯାଏ ।

3-ସାଧାରଣତଃ ଦିନବେଳା ପବନ ସମୁଦ୍ରରୁ ସ୍ଥଳ ଭାଗ ଆଡକୁ ବହିଥାଏ ଏବଂ ରାତିରେ ତାର ବିପରୀତ , କିନ୍ତୁ ଜଗନ୍ନାଥ ମନ୍ଦିର କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ ହୋଇଥାଏ ।

4-ଏହା ଆମକୁ ଆଶ୍ଚର୍ଯ୍ୟ କରେ ଯେ ଜଗନ୍ନାଥ ମନ୍ଦିର ଉପରେ କୌଣସି ଉଡାଯାହାଜ କିମ୍ବା ପକ୍ଷୀ ମଧ୍ୟ ଉଡ଼େନାହିଁ ।ଏ ସମ୍ପର୍କରେ ଆଜିପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କାରଣ ମିଳିପାରି ନାହିଁ ।

5-ମନ୍ଦିରଟି ଏପରି ଭାବରେ ପ୍ରସ୍ତୁତକି ମୁଖ୍ୟ ମନ୍ଦିରର ଛାଇ କେବେବି କୌଣସି ଦିଗରେ ପଡିନଥାଏ ।

6-ବର୍ଷସାରା ଶ୍ରୀମନ୍ଦିରରେ ସମାନ ପରିମାଣ ର ଖାଦ୍ୟ ରନ୍ଧା ଯାଇଥାଏ ଏବଂ ଏହି ଖାଦ୍ୟ କୁ ପ୍ରସାଦ ରୂପରେ 2000 ରେ 20 ଲକ୍ଷ ପର୍ଯ୍ୟନ୍ତ ଭକ୍ତ ସେବନ କଲେ ମଧ୍ୟ କେବେ ନିଅଣ୍ଟ ଅଥବା ବଳକା ହୋଇନଥାଏ ।

7-ଜଗନ୍ନାଥ ମନ୍ଦିରର ରୋଷେଇ ଶାଳରେ ଚୂଲି ଉପରେ 7 ଟି ପାତ୍ର କୁ ଗୋଟିଏ ଉପରେ ଅନ୍ୟଟି ରଖି ଖାଦ୍ୟ ରନ୍ଧାଯାଏ ।ମାତ୍ର ଏହି ପ୍ରକ୍ରିୟାରେ ସବା ଉପର ଥିବା ପାତ୍ରର ଖାଦ୍ୟ ତଳ ପାତ୍ର ଠାରୁ ଆଗ ରନ୍ଧାହୋଇଥାଏ ।

8-ମନ୍ଦିର ନିକଟ ରେ ସମୁଦ୍ର ଅଛି ।ଆପଣ ଯେତେବେଳେ ସିଂହଦ୍ୱାର କୁ ପ୍ରବେଶ କରିବେ ସେତେବେଳେ ସମୁଦ୍ରର ଶବ୍ଦକୁ ଶୁଣିପାରିବେ ମାତ୍ର ଥରେ ମନ୍ଦିର ଭିତରକୁ ଯାଇ ପୁଣିଥରେ ସେହି ସ୍ଥାନ କୁ ଫେରିଆସିଲେ ସେ ଶବ୍ଦ ଆଉ ଶୁଣାଯିବନାହିଁ ଯେପର୍ଯ୍ୟନ୍ତ ଆପଣ ମନ୍ଦିରରୁ ସଂପୂଣ୍ଣ ବାହାରକୁ ନଯାଇଛନ୍ତି ।

                       ଏହିପରି ଓଡିଶା ସମ୍ପର୍କରେ ମଜାଦାର ତଥ୍ୟ ପ୍ରତିଦିନ ନିଜ FACEBOOK ରେ ପାଇବାପାଇଁ LIKE HERE କରନ୍ତୁ ।

ଜୟ ଜଗନ୍ନାଥ

ଅଦା ର ଔଷଧୀୟ ଗୁଣ ଜାଣନ୍ତୁ

ଏହା ପାଚକ ,ଅଗ୍ନି ବର୍ଦ୍ଧକ ,କଫ ନାଶକ, ଉଦର ମଳ ନିଷ୍କସକ ଓ କ୍ଷୁଦା କାରକ।
         
            ଅଦା ରସ କୁ ମହୁ ସହିତ ମିଶାଇ ଅଳ୍ପ ପିପିଲି ଚୁନା ଦେଇ ଛୋଟ ଓ ବଡ ପିଲାକୁ 7 ଦିନ ଚଟେଇ ଖୁଆଇଲେ କାସ ,ସର୍ଦି ମଧ୍ୟ ଭଲ ହୁଏ ।

ଶିକ୍ଷକଙ୍କ ଦୁର୍ଦଶା, ଆଧୁନିକ ସମାଜ ଓ ଶିକ୍ଷକ; କ୍ଷୁଦ୍ରଗଳ୍ପ

####ଆଧୁନିକ ସମାଜ ଓ ଶିକ୍ଷକ###


    ସୀମା ଜଣେ ଶିକ୍ଷୟତ୍ରୀ ।
  ସ୍କୁଲ ଭିତରକୁ ତର ତର ହୋଇ ଯାଉ ଯାଉ ଝୁଣ୍ଟି ପଡ଼ିଲା ସୀମା।
ଗୋଡ଼ ର ବୁଢ଼ା ଆଙ୍ଗୁଠି ର ନଖଟା ଉପଡି ରକ୍ତ ବୋହିବାରେ ଲାଗିଛି। ଓଃ କି କଷ୍ଟ।ଆଖି ଛଳ ଛଳ ହୋଇଗଲା ତାର।
ନା ୧୦ ଟା ହେବାକୁ ଗଲାଣି। ସରକାର ଙ୍କ ନିର୍ଦେଶ ଅନୁସାରେ ୧୦ ସୁଦ୍ଧା attendance ରେ sign କରି ତାର ଫୋଟ , ସମସ୍ତ  ଷ୍ଟାଫଙ୍କ ଫୋଟ  BEO ଙ୍କ ନିକଟକୁ ପଠେଇବା ପାଇଁ କଡ଼ା ତାଗିଦ୍।ଦଉଡ଼ି ଯାଇ signature    ‌ଟା କରିଦେଲା।ଗୋଡ଼ରେ  ଔଷଧ ଲଗାଇ ପଟି ବାନ୍ଧିଲା।

ପୁଣି ପ୍ରାର୍ଥନା ରେ ଠିଆ ହେବାକୁ ପଡିବ ।ଯନ୍ତ୍ରଣା ଜର୍ଜରିତ ପାଦ ପକାଇ ଚାଲିଲା ପ୍ରାର୍ଥନା ରେ ସାମିଲ ହେବାକୁ।
ବେଳେ ବେଳେ ଭାରି ରାଗ ମାଡ଼ ତାକୁ।ସତେ ଯେମିତି ଶିକ୍ଷକ ଓ ଶିକ୍ଷୟିତ୍ରୀ ସରକାର ଙ୍କ ସାବତ ପୁଅ।ଯେତେ ସବୁ ପରୀକ୍ଷା ନିରୀକ୍ଷା ସବୁ ସେଇ ଶିକ୍ଷକ ଙ୍କ ଉପରେ।ଆଜି sensus duty,କାଲି ଆଧାର,କାହାର ପାଇଖାନା ଅଛି କି ନାହିଁ,କିଏ ଖାଲି ପାଦରେ ଆସୁଛି,କିଏ ତଳେ ବସୁଛି, କ୍ଲାସ୍ ରୁମ୍ ସଫେଇ ଠାରୁ ଆରମ୍ଭ କରି ପାଇଖାନା ସଫା ସବୁ କାମ ଶିକ୍ଷକ ଙ୍କ ର।

          ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା ହେବା ପରେ ଯେମିତି ବିଦ୍ୟାଳୟ ଟି ଏକ ମିନି ଥାନା ବନିଯାଇଛି।ସୀମା ପହଞ୍ଚୁ ପହଞ୍ଚୁ ଆରମ୍ଭ ହୋଇଗଲା ପିଲାଙ୍କ complain.ଦିଦି ସିଏ ମୋତେ ବାଦେଇଲା, ଇୟେ ମୋ ବହି ଚିରିଦେଲା,ସିଏ ମୋତେ କୁକୁର ମାଙ୍କଡ କହିଲା,ନା ଏ ଅଭିଯୋଗ ର ଯେମିତି ଶେଷ ନାହିଁ। ତା ମୁଣ୍ଡ ଭିତର ଟାା କଣ ହୋଇଯାଉଥାଏ। ପାଦର୍ ଯନ୍ତ୍ରଣା ଠାରୁ  ବେଶୀ କଷ୍ଟ ଦାୟକ୍ ଥିଲା  ମାନସିକ ଯନ୍ତ୍ରଣା।  ତାକୁ ମନେ ହେଉଥିଲା ଶିକ୍ଷକ ମାନେ ଯେମିତି ମଣିଷ ନୁହଁନ୍ତି ଗୋଟିଏ ଗୋଟିଏ machine.
ପାଠ ବହି ରେ ପଢା କମ୍ ଥିଲା ଯେ ପୁଣି ଉଜ୍ଜ୍ୱଳ, ଉତ୍ଥାନ,ଉତ୍କର୍ଷ।ପିଲା୍ ଓ ଶିକ୍ଷକ ମା୍ନଙ୍କ ଉପରେ ରୀତିମତ ଯେମିତି ଗବେଷଣା ଚାଲିଛି।
କୌଣସି ପିଲାଙ୍କୁ homework ଦିଆ ଯାଇପାରିବ ନାହିଁ। କାରଣ କୋମଳ ମୋତି ଶିଶୁଙ୍କ ଉପରେ ଚାପ ପଡିବା।ଯଦି କୌଣସି ପିଲା ପାଠ କରିନି ତାକୁ ପିଟିଲେ ଶିକ୍ଷକ ଙ୍କୁ ଦଣ୍ଡ ମିଳୁଛି।ଯଦି ପରୀକ୍ଷା ରେ ଖରାପ୍ ରେଜଲ୍ଟ ହେଲା ତୋ କାରଣ ଦର୍ଶାଅ ନୋଟିସ୍। ଦରମା ବନ୍ଦ।
କଣ କରିବ ବିଚରା ଶିକ୍ଷକ ସମାଜ।ଏଣୁ ମାଇଲେ ବ୍ରହ୍ମ ହତ୍ୟା।ତେଣୁ ମାଇଲେ ଗୋ ହତ୍ୟା।ଖାଲି ଏତିକି ରେ ସରିନି ଦୁଃଖ। ମଧ୍ୟାହ୍ନ ଭୋଜନ,ପୋଷାକ,ଗୃହ ନିର୍ମାଣ, ଵୁଟ୍ ବଣ୍ଟନ ଆଦି ସମସ୍ତ କାମ।ଝାଡୁ ମରିବା ଠାରୁ ଆରମ୍ଭ କରି contractorINGଯାଏଁ ସବୁ କାମ  ଶିକ୍ଷକ ଙ୍କ ର।  

            ସ୍କୁଲ ତ ଏକ ସ୍କୁଲ ନୁହଁ ଏକ ଛୋଟ ଡାକ୍ତର ଖା ନା   ।ମୁଣ୍ଡ ଫାଟି ବା,ଆଣ୍ଠୁ ଓ କହୁଣୀ ଖଣ୍ଡିଆ ହେବା, ହାତ ଗୋଡ ଭାଙ୍ଗିବା ଓ କାହାକୁ first aid treatment କରି  ଛାଡିବା,ଓ କାହାକୁ ମେଡିକାଲ୍ ଯାଏ ନେଇକି ଯିବା  ସବୁ କାମ ଯନ୍ତ୍ରବତ୍ କରିଯାନ୍ତି।
କୃମି ଔଷଧ,ରକ୍ତ ହୀନତା ପାଇଁ iron tablet   ବଣ୍ଟନ, ସାନିଟାରୀ ନାପକିନ ବଣ୍ଟନ ଆଦି ସମସ୍ତ ଦାୟିତ୍ବ ଶିକ୍ଷକ ଙ୍କ ର।
ଶିକ୍ଷକ ଜଣେ ଜଣେ ଆଲ୍ ରାଉଣ୍ଡ୍ ର ଭଳି ସମସ୍ତ କର୍ତ୍ତବ୍ୟ କଲେ ମଧ୍ୟ ପ୍ରଶଂସା ପାଇବା ତୋ ଦୂରରେ ଥାଉ,ଆହୁରି ସୋମଲୋଚନା ର ପାତ୍ର।
କଣ ନା ସ୍କୁଲ କୁ ଯାଇ ବସିଲେ ତୁମକୁ ଦରମା ମାସକୁ ମାସ। ବର୍ଷକୁ ୩ ମାସ ଛୁଟି।ଛୁଟି ର ବି ଦରମା । ଦରମା କଥା ତ ନକହିଲେ ଭଲ।ଜଣେ ମୂଳ ଲାଗୁଥିବା ମୂଲିଆ ଠାରୁ କମ୍ ଆମ ଦରମା।ସେଇଟା ମଧ୍ୟ କଉ ଦୁଇ ତିନି ମାସରେ ଥରେ ମିଳେ। ଓଃ ଆଗକୁ ଆଉ କିଛି କଥା ଭାବିପାରୁନଥିି ଲା ସୀମା।



ଅଧେ ଦିନ ସମୟ ଯାଏ ଟ୍ରେନିଂ ରେ। ତାପରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ସ୍କୁଲ ଛୁଟି (କେବଳ ପିଲାଙ୍କ ପାଇଁ),ତାପରେ ଉଜ୍ଜ୍ୱଳ ଉତ୍ଥାନ,ଏମିତି ରେ ପ୍ରାୟ ଅଗଷ୍ଟ ମାସ ଅଧା ଯାଏ କୋର୍ସ ପଢା ହୋଇପାରିନି। କିନ୍ତୁ ବର୍ଷ ଶେଷ ବେଳକୁ  ସବୁ କୋର୍ସ ସାରିବାକୁ ହେବ।                
ଶିକ୍ଷାର୍ଥୀ ମାନେ ସବୁ ଶିକ୍ଷଣ ସ୍ତର ହାସଲ କରିପାରୁଥିବେ। ଯେମିତି ଶିକ୍ଷକ ଶିକ୍ଷୟତ୍ରୀ ବାଟି କି ପିଅା ଇ ଦେବେ ପିଲାଙ୍କୁ ସମସ୍ତ ପାଠ।
                 ଯଦି କୌଣସି ଦିନ କୌଣସି 
ପିଲା ଝୁଣ୍ଟି କି ପଡ଼ିଗଲା,ପିଲା ବୋମା ନେଇକି ସ୍କୁଲ କୁ ଆସିଲା,ପିଲା ଝଗଡ଼ା କରି ମୁଣ୍ଡ ଫାଟିଲା ସବୁ ଥିରେ ଶିକ୍ଷକ ଦାୟୀ।
ସୀମା ଭାବି ଚାଲିଥିଲା କାହିଁକି  ଆଜି ଏ ଅଧୋଗତି।ଏଇଥିପାଇଁ ଦାୟୀ କିଏ?ପାଠ ର ଗୁଣବତ୍ତା ମାନ ହ୍ରାସ ପାଇବା ର ମୂଳ କାରଣ କେଉଁଠି?
      
   କେତେ ଭଲ ଥିଲା ସେତେବେଳର ଶିକ୍ଷାଦାନ ପଦ୍ଧତି। ଶିକ୍ଷକ ଓ ଛାତ୍ର ଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଥିଲା।ଶିକ୍ଷକ ଙ୍କୁ ସମ୍ମାନ ଦେଉଥିଲେ।ଓ ଭୟ ମଧ୍ୟ ଥିଲା।କିନ୍ତୁ ଆଜି କାଲି ପିଲାଙ୍କୁ ଡରୁୁଛି ଶିକ୍ଷକ।ଭୁଲ୍ ଥାଉ ନ ଥାଉ ଦୋଷୀ ସାବ୍ୟସ୍ତ କରିବାକୁ ସମସ୍ତେ ଯେମିତି ତତ୍ପର।
   
      ସେତେବେଳେ ଦଣ୍ଡ ଥିଲା।ଦଣ୍ଡ ଭୟ ରେ ପିଲା ପଢୁଥିଲେ, ପରୀକ୍ଷା ରେ ଫୈଲ୍ ଥିଲା। କାଳେ fail ହୋଇଯିବି  ସେ ଡର ରେ ପଢୁଥିଲେ। କିନ୍ତୁ ଏବେ ତୋ ଆଉ ଫେଲ୍ ନାହିଁ।ଚୌକି table ସବୁ ପାସ୍।

ସୀମା ଭାବୁଥିଲା ସେତେବେଳେ ଶିକ୍ଷକ ଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ଦିଆଯାଉଥିଲା।ସମସ୍ତେ ଗୁରୁଙ୍କୁ ଭକ୍ତି କରୁଥିଲେ ।ଗୁରୁ ଆଉ ଛାତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା।

କିନ୍ତୁ ଏବେ ସମୟ ବଦଳିବା ସହ ଗୁରୁ ଓ ଛାତ୍ର ର ସମ୍ପର୍କ ବଦଳି ଯାଇଛି।ଭୁଲ୍ ଥାଉ କି ନ ଥାଉ ସାଧାରଣ ଜନତା ଠାରୁ ଆରମ୍ଭ କରି ପ୍ରଶାସନ ଯାୟେଁ ସବୁଠି ଶିକ୍ଷକ ଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଲାଗିଛନ୍ତି। ମାର ମାର ଭଣ୍ଡାରି କୁ ମାର ନ୍ୟାୟ ରେ ସମସ୍ତେ ପରିଚାଳିତ।
ଯେଉଁଠି ଗୁରୁଙ୍କୁ ଆଦର ନାହିଁ ସେଇଠି ଶିକ୍ଷାର ମାନ ଆଶା କରିବା  ହାସ୍ୟାସ୍ପଦ କଥା।


ହଠାତ୍ ଘଣ୍ଟା ଛୁଟି ବେଲ୍ ର ଶବ୍ଦ ରେ   ସୀମା ର ଭାବନା ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା।
ନା ପାଦ ର ଯନ୍ତ୍ରଣା ବଢ଼ି ଚାଲିଛି,ସ୍କୁଲ ଛୁଟି ପରେ ଯେମିତି ହେଉ ମେଡିକାଲ୍ ଯାଇ ତାକୁ ଇଞ୍ଜେକସନ ନେବାକୁ ପଡ଼ିବ।ନହେଲେ କାଲି ଏହି ଥାନା ଓ ଡକ୍ଟର ଖା ନା ର ଦାୟିତ୍ବ କିଏ ମୁଣ୍ଡେଇବା।
ସୀମା  ମନେ ମନେ ଚିନ୍ତା କରୁଥିଲା କେବେ ଆସିବ ସେହି ସୁଦିନ ଯେଉଁଦିନ  ସମସ୍ତେ ଗୁରୁ ଙ୍କୁ  ପୂର୍ବ  ଭଳି ସମ୍ମାନ ଦେବେ। ସମସ୍ତେ ଏହି ଦ୍ଵିତୀୟ ଈଶ୍ୱରଙ୍କୁ ଚିହ୍ନି ପାରିବେ।



ଏମିତି ସବୁ ଲେଖା ପ୍ରତିଦିନ ପଢିବା ପାଇଁ LIKE କରନ୍ତୁ।